ପୁଲଓ୍ଵାମା ଆକ୍ରମଣର ଏକମାସ ପୂର୍ବରୁ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ଓ ତାଲିବାନ୍‌ର ହକ୍କାନି ନେଟ୍‌ଓ୍ଵାର୍କ ମଧ୍ୟରେ ବୈଠକ ହୋଇଥିଲା

ନୂଆଦିଲ୍ଲୀ: ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ପ୍ରମୁଖ ମୌଲାନା ମସୁଦ ଆଝାର ଓ ତାଲିବାନ୍‌ର ହକ୍କାନି ନେଟ୍‌ଓ୍ଵାର୍କ ମଧ୍ୟରେ ପୁଲଓ୍ଵାମା ଆକ୍ରମଣର ଏକ ମାସ ପୂର୍ବରୁ ବୈଠକ ହୋଇଥିବା ନେଇ ମଙ୍ଗଳବାର ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଏହି ବୈଠକ ଭାରତରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ନେଇ ଆୟୋଜିତ ହୋଇଥିଲା। ଦାବି କରାଯାଇଛି କି, ଆଇଏସ୍‌ଆଇ ବହାଓ୍ଵଲପୁରରେ ଜୈସ୍‌-ଇ-ମହମ୍ମଦର ପ୍ରମୁଖ ଓ ତାଲିବାନ୍‌ ହକ୍କାନି ନେଟ୍‌ଓ୍ଵାର୍କ ମଧ୍ୟରେ ହୋଇଥିବା ବୈଠକର ମଧ୍ୟସ୍ଥତା କରିଥିଲା।

India Today

 

ସୂତ୍ରରୁ ପ୍ରକାଶ ଯେ, ଜେଇଏମ୍‌ ଓ ତାଲିବାନ୍‌ର ହକ୍କାନି ନେଟ୍‌ଓ୍ଵାର୍କର ଆତଙ୍କବାଦୀମାନଙ୍କୁ ବାଲାକୋଟର ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିଲା। ଯାହାକୁ ଭାରତୀୟ ବାୟୁସେନା ଆକଶମାର୍ଗରୁ ଆକ୍ରମଣ କରି ଧ୍ୱଂସ କରି ଦେଇଥିବା ସୂଚନା ମିଳିଛି।

ଫେବ୍ରୁଆରି ୧୪ ତାରିଖରେ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର ପୁଲଓ୍ଵାମାରେ ସିଆରପିଏଫ୍‌ ଯବାନ ଯାଉଥିବା ବସ୍‌ରେ ଏକ ବିସ୍ଫୋଟକ ଭର୍ତ୍ତି ଥିବା ଗାଡ଼ିକୁ ଧକ୍କା ଦେଇ ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଫଳରେ ଭାରତର ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର