ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପାକିସ୍ତାନ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି।  ଏଥିପାଇଁ ପାକିସ୍ତାନ ସରକାର ମାସୁଦକୁ ୧୪ କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ଦେଇପାରନ୍ତି।

oop9[

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ  'ଅପରେସନ୍ ସିନ୍ଦୂର'କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ ଆତଙ୍କବାଦୀ ମାସୁଦ ଆଝାରର ପରିବାରର ୧୪ଜଣ ସଦସ୍ୟ ଏକାସହିତ ନିହତ ହୋଇଥିଲେ।

ମାସୁଦ ଆଝାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ସେ ନିଜେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ ଅଛି। 

ବିଶେଷ ସୂତ୍ରରୁ ଖବର ମିଳିଛି କି ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପାକିସ୍ତାନ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି।  ଏଥିପାଇଁ ପାକିସ୍ତାନ ସରକାର ମାସୁଦକୁ ୧୪ କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ଦେଇପାରନ୍ତି।

ରିପୋର୍ଟ ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତ ଦ୍ୱାରା ହୋଇଥିବା ବାୟୁସେନା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ୟାକେଜକୁ ଅନୁମୋଦନ କରିଛନ୍ତି।

ଏହି କ୍ରମରେ ଦେଖିବାକୁ ଗଲେ ମାସୁଦ ଆଝାର ତାର ପରିବାରର ୧୪ ଜଣ ନିହତ ସଦସ୍ୟଙ୍କ ଏକମାତ୍ର ଉତ୍ତରାଧିକାରୀ ରହିଛି। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ପ୍ୟାକେଜ ଅନୁସାରେ ମାସୁଦ ଆଝାରକୁ ୧୪ କୋଟି ଟଙ୍କା ସରକାରଙ୍କ ପକ୍ଷରୁ ମିଳିପାରେ।

ଏବେ ପ୍ରଶ୍ନ ଉଠୁଛି ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏତେ ଟଙ୍କା କେଉଁଠାରୁ ଆଣିବ? କୁହାଯାଉଛି କି ଏହି ଟଙ୍କା ପାକିସ୍ତାନ ସରକାର ସାଧାରଣ ନାଗରିକଙ୍କ ଟିକସରୁ ସଂଗ୍ରହ କରିବେ। ଏହାବ୍ୟତୀତ, ପାକିସ୍ତାନକୁ ଏପର୍ଯ୍ୟନ୍ତ ୭ ବିଲିୟନ ଡଲାରର ଏକ୍ସଟେଣ୍ଡେଡ୍ ଫଣ୍ଡ ସ୍କିମ୍ (ଇଏଫଏଫ) ଅଧୀନରେ ଆଇଏମଏଫ ଠାରୁ ମୋଟ ୨.୧ ବିଲିୟନ ଡଲାର ମିଳିଛି।

ଏହାସହିତ କ୍ଲାଇମେଟ ରେଜିଲିଏନ୍ସ ଲୋନ ପ୍ରୋଗ୍ରାମ ଅଧୀନରେ ୧.୪ ବିଲିୟନ ଡଲାରର ଏକ ନୂତନ ଋଣ ମଧ୍ୟ ଦିଆଯାଇଛି। ତେବେ  ପାକିସ୍ତାନ ଏହି ଟଙ୍କାକୁ ତାର ଲୋକଙ୍କୁ କିମ୍ବା ତାର ପତନର ଅର୍ଥନୀତିକୁ ସମର୍ଥନ କରିବା ପାଇଁ ବ୍ୟବହାର କରିବ ନା ଏହାକୁ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe