ନୂଆଦିଲ୍ଲୀ: ଭାରତର 'ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନର ବାହାୱଲପୁରରେ ହୋଇଥିବା କ୍ଷତିକୁ ଜୈଶ-ଏ-ମହମ୍ମଦ (ଜେଇଏମ) କମାଣ୍ଡର ଇଲିୟାସି କଶ୍ମୀରୀ ସ୍ୱୀକାର କରିଥିଲେ। ଏବେ ସେହି କମାଣ୍ଡରଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି।

Advertisment

ଭିଡିଓରେ ସେ କହିଛନ୍ତି ଯେ, "ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ଭାରତର 'ଅପରେସନ୍ ସିନ୍ଦୂର'ରେ ନିହତ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଉଚ୍ଚ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦେଶର ସେନା ମୁଖ୍ୟ କହିଥିଲେ ଯେ, ଭାରତର 'ଅପରେସନ୍ ସିନ୍ଦୂର'ରେ ନିହତ ଆତଙ୍କବାଦୀମାନଙ୍କୁ ସମ୍ମାନିତ କରାଯିବା ଉଚିତ। ଅନ୍ୟ କମାଣ୍ଡରମାନଙ୍କୁ ଅନ୍ତିମସଂସ୍କାରରେ ଯୋଗଦେବାକୁ ଏବଂ କାର୍ଯ୍ୟକ୍ରମ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସେନା ମୁଖ୍ୟ ନିର୍ଦ୍ଦେଶ ଦେଇଥିଲେ।"

ପାକିସ୍ତାନର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ମଧ୍ୟ ଏକ ସାକ୍ଷାତକାରରେ ଏହାକୁ ଉଚିତ୍ ବୋଲି କହିଥିଲେ। ଆତଙ୍କବାଦୀଙ୍କ ସମ୍ମାନିତ କରିବା ନେଇ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ପାକିସ୍ତାନର ସେନା କାହିଁକି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ନାହିଁ। ଏଥିରେ ଭୁଲ୍ କ’ଣ?

operation-sindoor | asim-munir