ଜମ୍ମୁ କଶ୍ମୀରରେ ଜେଇଏମ୍‌ର ଆକ୍ରମଣ ଯୋଜନା

ଶ୍ରୀନଗର: ଜମ୍ମୁ କଶ୍ମୀରକୁ ୭ ସଦସ୍ୟ ବିଶିଷ୍ଟ ଜେଇଏମ୍‌ ଆତ୍ମଘାତୀ ଆତଙ୍କବାଦୀ ଦଳ ପ୍ରବେଶ କରିଛନ୍ତି। ଏହି ଆତଙ୍କବାଦୀମାନେ ଇଦ୍‌ ଏବଂ ସ୍ବାଧୀନତା ଦିବସରେ ବଡ଼ ଧରଣର ଆକ୍ରମଣ ‌ଯୋଜନା କରିଛନ୍ତି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏନେଇ ଜେଇଏମ୍‌କୁ ସମର୍ଥନ କରିଛି। ଜମ୍ମୁ କଶ୍ମୀରର କୌଣସି ପ୍ରମୁଖ ମସଜିଦ୍‌ରେ ଯେକୌଣସି ସମୟରେ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସୂତ୍ରରୁ କୁହାଯାଇଛି। ଜମ୍ମୁ କଶ୍ମୀର ପୁଲିସ ସୂତ୍ରରୁ କୁହାଯାଇଛି ଯେ ରା‌ଜୌରି ଏବଂ ପୁଞ୍ଚ୍‌ ଦେଇ ପ୍ରାୟ ୭ ‌ଜୈସ୍‌ ଆତଙ୍କବାଦୀ ଜମ୍ମୁ କଶ୍ମୀରକୁ ଅନୁପ୍ରବେଶ କରିଛନ୍ତି। ମସଜିଦ୍‌ରେ ଆକ୍ରମଣ ‌ଯୋଜନା ସହ ଅନନ୍ତନାଗ ଜିଲ୍ଲାର ରାଜପଥ ଏବଂ ସୁରକ୍ଷା ପ୍ରତିଷ୍ଠାନରେ ମଧ୍ୟ ଆକ୍ରମଣ ହୋଇପାରେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର