ବାଲାକୋଟରେ ପୁଣି ଚାଲୁ ହେଲାଣି ଜୈସର ଆତଙ୍କବାଦୀ ଶିବିର, ତାଲିମ ନେଉଛନ୍ତି ୫୦ ଆତ୍ମଘାତୀ ଆତଙ୍କବାଦୀ

ନୂଆଦିଲ୍ଲୀ : ବାଲାକୋଟ ରେ ପୁଣି ନିଜର ଆତଙ୍କବାଦୀ ତାଲିମ ଶିବିର ଆରମ୍ଭ କରିଛି ଜୈସ-ଇ-ମହମ୍ମଦ । ଏହି କ୍ୟାମ୍ପରେ ଏବେ ପ୍ରାୟ ୫୦ ଜଣ ଆତଙ୍କବାଦୀ ତାଲିମ ନେଉଛନ୍ତି । ଏମାନଙ୍କୁ ମୁଖ୍ୟତଃ ଆତ୍ମଘାତି ଆକ୍ରମଣ କରିବାକୁ ତାଲିମ ଦିଆଯାଉଛି। ତାଲିମ ପରେ ଏମାନଙ୍କୁ ଭାରତ ଓ ଆଫଗାନିସ୍ତାନରେ ଆକ୍ରମଣ କରିବାକୁ ପଠାଯିବ ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି । ତେତେକ ଆତଙ୍କବାଦୀ ନିଜର ତାଲିମ ଶେଷ କରି ଭାରତରେ ଅନୁପ୍ରବେଶ କରିସାରିଲେଣି କିମ୍ବା ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି ବୋଲି ଗୁଇନ୍ଦା ସଂସ୍ଥାମାନେ ସତର୍କ କରାଇଦେଇଛନ୍ତି ।
ଭାରତୀୟ ବାୟୁସେନା ଗତ ଫେବ୍ରୁଆରୀ ୨୬ ରାତିରେ ପାକିସ୍ତାନର ଖାଇବର ପଖତୁନ ଖ୍ଵାବା ପ୍ରଦେଶର ବାଲାକୋଟଠାରେ ଥିବା ଜୈସ ଇ ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଫଳରେ ସେଠାରେ ତାଲିମ ନେଉଥିବା ଆତଙ୍କବାଦାମାନେ ପ୍ରାଣ ହରାଇଥିଲେ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ଏହି ଆକ୍ରମଣ କରିଥିଲା ।

ସମ୍ବନ୍ଧିତ ଖବର