ଇମ୍ରାନ ବିପଦମୁକ୍ତ ଥିବାରୁ ଆଶ୍ବସ୍ତି ପ୍ରକଟ କଲେ ପୂର୍ବତନ ପତ୍ନୀ ଜେମିମା

ଲଣ୍ଡନ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ । ତେବେ ଇମ୍ରାନ ବିପଦମୁକ୍ତ ହୋଇଯାଇଥିବାରୁ ସେ ଆଶ୍ବସ୍ତି ପ୍ରକଟ କରିଛନ୍ତି । ଇମ୍ରାନ ସୁସ୍ଥ ଥିବାରୁ ସେ ଭଗବାନଙ୍କ ନିକଟରେ କୃତଜ୍ଞତା ପ୍ରକଟ କରିଛନ୍ତି । ଏହା ସହିତ ଗୁଳି ଚଳାଇଥିବା ଅଭିଯୁକ୍ତକୁ ଧରିଥିବା ବ୍ୟକ୍ତିଙ୍କୁ ସେ ନିଜର ଓ ନିଜ ଦୁଇ ପୁଅଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

ଇମ୍ରାନ ୧୯୯୫ରେ ଜେମିମାଙ୍କୁ ବିବାହ କରିଥିଲେ । ତେବେ ୨୦୦୪ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ଓ ଜେମିମା ଲଣ୍ଡନ ପଳାଇଯାଇଥିଲେ । ଇମ୍ରାନଙ୍କ ପକ୍ଷରୁ ଜେମିମାଙ୍କ ଦୁଇ ପୁଅ ( ସୁଲେମାନ ଓ କାସିମ) ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଇମ୍ରାନ ପଂଜାବ ପ୍ରଦେଶର ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ । କିନ୍ତୁ ଏବେ ସେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ ପକ୍ଷରୁ କୁହାଯାଇଛି । ଏହି ଗୁଳିମାଡ଼ରେ ଇମ୍ରାନଙ୍କ ପାଖରେ ଥିବା ପିଟିଆଇ ନେତା ଫୈଜଲ ଜାଭେଦ ବି ଆହତ ହୋଇଛନ୍ତି ।  ଗୁଳିମାଡ଼ ପରେ ଇମ୍ରାନଙ୍କୁ ତୁରନ୍ତ ଏକ ବୁଲେଟ ପ୍ରୁଫ ଗାଡ଼ି ଭିତରକୁ ନିଆଯାଇଥିଲା ।

 

ସମ୍ବନ୍ଧିତ ଖବର