ନୂଆଦିଲ୍ଲୀ : କୋଭିଡ୍-୧୯ର ଚିକିତ୍ସା ପାଇଁ ଭାରତୀୟ ଔଷଧ ନିର୍ମାତା ଜେନ୍ବର୍କ୍ଟ ଫାର୍ମାସ୍ୟୁଟିକାଲ୍ସ ଭୂତାଣୁ-ବିରୋଧୀ ଔଷଧ ଫାବିପିରାଭିରକୁ ନିଜସ୍ବ ବ୍ରାଣ୍ଡ୍ ‘ଫାଭିଭେଣ୍ଟ୍‘ ନାମରେ ବଜାରକୁ ଛାଡ଼ିଛି। ସାଧାରଣତଃ ଇନ୍ଫ୍ଲୁଏଞ୍ଜା ପ୍ରତିକାର ପାଇଁ ବ୍ୟବହୃତ ଉକ୍ତ ଫାବିପିରାଭିରର ମୂଳ ପ୍ରସ୍ତୁତି ଜାପାନରୁ ହିଁ ଆରମ୍ଭ ହୋଇଥିଲା। ବିଭିନ୍ନ ଭୂତାଣୁ ବିରୋଧରେ ଏହା ଆଶାନୁରୂପ ପ୍ରତିରୋଧ ପ୍ରଦର୍ଶନ କରୁଥିବା ଜଣାପଡ଼ିଥିବା ବେଳେ ୩୯ ଟଙ୍କାରେ ମିଳିବାକୁ ଥିବା ଉକ୍ତ ‘ଫାଭିଭେଣ୍ଟ୍‘ ବଟିକା ଅପେକ୍ଷାକୃତ ଅଧିକ ନିରାପଦ ଓ ଫଳପ୍ରଦ ବୋଲି କମ୍ପାନି ଦାବି କରିଛି। ସାମାନ୍ୟ ଧରଣରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଉଥିବା କୋଭିଡ୍ ରୋଗୀଙ୍କ ଉପଶମ ପାଇଁ ଏହି ବଟିକା ବେଶ୍ କାମ ଦେବ ବୋଲି କୁହାଯାଇଛି। ୨୦୦ ମି.ଗ୍ରା. ଶକ୍ତି ବିଶିଷ୍ଟ ଏହି ବଟିକା ଦଶଟିକିଆ ଷ୍ଟ୍ରିପ୍ରେ ଖୁବ୍ଶୀଘ୍ର ସବୁ ଅଂଚଳରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ପୂର୍ବରୁ ଜାପାନ, ରୁଷିଆ ଏବଂ କିଛି ମଧ୍ୟପ୍ରାଚ୍ୟ ଦେଶରେ ଉକ୍ତ ଫାବିପିରାଭିରକୁ କୋଭିଡ୍ ଚିକିତ୍ସା ପାଇଁ ବ୍ୟବହାର କରାଯାଇ ଆସୁଛି।
ବଜାରକୁ ଆସିଲା ୩୯ ଟଙ୍କିଆ କୋଭିଡ୍ ଟାବ୍ଲେଟ
/sambad/media/post_attachments/wp-content/uploads/2020/07/favivent.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)