ଜେସିକା ମାମଲା: ମନୁ ଶର୍ମା ଜେଲ୍‌ରୁ ବାହାରିଲେ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବୈଜଲ ଆଜି ମଡେଲ୍‌ ଜେସିକା ଲାଲ୍‌ଙ୍କ ହତ୍ୟାକାରୀ ମନୁ ଶର୍ମାକୁ ଜେଲ୍‌ରୁ ମୁକ୍ତ କରିବାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଉପ ରାଜ୍ୟପାଳଙ୍କ ଅନୁମତି ପରେ ଗତକାଲି ସନ୍ଧ୍ୟାରେ ମନୁ ଶର୍ମା ତିହାର ଜେଲ୍‌ରୁ ମୁକ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୧୯୯୯ ମସିହାରେ ମଡେଲ ଜେସିକା ଲାଲ୍‌ଙ୍କର ହତ୍ୟା ହୋଇଥିଲା। ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ମନୁ ଶର୍ମା ସମେତ ୩୪ ଜଣ ଦୋ‌ଷୀ ସମ୍ପୃକ୍ତ ଥିଲେ। ଏସ୍‌ଆର୍‌ବି ମନୁ ଶର୍ମା ସମେତ ସମସ୍ତ ୩୪ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଥିଲେ। ସୂଚନାଯୋଗ୍ୟ, ମନୁ ଶର୍ମା ହରିଆଣାର ଜଣେ ରାଜନେତା ବିନୋଦ ଶର୍ମାଙ୍କ ପୁତ୍ର ଅଟନ୍ତି। ଗତ ୧୯୯୯ ମସିହା ଏପ୍ରିଲ ୩୦ ରାତିରେ ମଡେଲ୍‌ ଜେସିକା ଲାଲ୍‌ଙ୍କୁ ତାଙ୍କ ବାର୍‌ରେ ମନୁ ଶର୍ମା ଗୁଳି କରି ହତ୍ୟା କରିଥିଲେ।

୨୯ ଏପ୍ରିଲ ୧୯୯୯: ଦକ୍ଷିଣ ଦିଲ୍ଲୀର କୁତୁବ କଲୋନେଡ୍‌ ରେଷ୍ଟୁରାଣ୍ଟରେ ମଡେଲ ଜେସିକା ଲାଲଙ୍କ ଉପରକୁ ମନୁ ଶର୍ମା ଗୁଳି କଲେ
୩୦ ଏପ୍ରିଲ ୧୯୯୯: ଆପୋଲୋ ହସ୍ପିଟାଲ୍‌ର ଡାକ୍ତରମାନେ ଜେସିକାଙ୍କୁ ମୃତ ବୋଲି ଘୋଷଣା କଲେ
୬ ମେ ୧୯୯୯: ମନୁ ଶର୍ମା ଚଣ୍ଡୀଗଡ଼ର ଏକ କୋର୍ଟରେ ଆତ୍ମ ସମର୍ପଣ କଲା
୩ ଅଗଷ୍ଟ ୧୯୯୯: ମନୁ ଶର୍ମା ସମେତ ଅନ୍ୟ ୩୪ ଦୋଷୀଙ୍କ ବିରୋଧରେ ଦିଲ୍ଲୀ ପୁଲିସର ଚାର୍ଜସିଟ୍‌ ଦାଖଲ
୨ ମେ ୨୦୦୧: କୋର୍ଟ ହତ୍ୟାକାଣ୍ଡ ମାମଲାର ପ୍ରମାଣ ସଂଗ୍ରହ କଲେ
୬ ଜୁଲାଇ ୨୦୦୧: ମାଳିନୀ ରମାନି ନାମକ ଅନ୍ୟ ଜଣେ ସାକ୍ଷୀ ମନୁ ଶର୍ମାକୁ ଜେସିକା ଲାଲ୍‌ ହତ୍ୟାକାରୀ ବୋଲି ଚିହ୍ନଟ କଲେ
୧୨ ଅକ୍ଟୋବର ୨୦୦୧: ରେଷ୍ଟୁରାଣ୍ଟ ମାଲିକାଣୀ ବୀଣା ରମାନୀ ମନୁ ଶର୍ମାକୁ ଜେସିକା ଲାଲ୍‌ ହତ୍ୟାକାରୀ ବୋଲି ସାକ୍ଷ୍ୟ ଦେଲେ
୨୧ ଫେବ୍ରୁଆରି ୨୦୦୬: ତଳ କୋର୍ଟ ମନୁ ଶର୍ମା ସମେତ ୯ ଜଣ ହତ୍ୟାକାରୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କଲେ
୧୩ ମାର୍ଚ୍ଚ ୨୦୦୬: ଏହି ମାମଲାର ବିଚାର ପାଇଁ ଦିଲ୍ଲୀ ପୁଲିସ ହାଇକୋର୍ଟର ଦ୍ବାରସ୍ଥ ହେଲେ
୧୮ ଡିସେମ୍ବର ୨୦୦୬: ହାଇକୋର୍ଟ ମନୁ ଶର୍ମା ସମେତ ବିକାଶ ଯାଦବ, ଅମରଦୀପ ସିଂହଗିଲ୍‌କୁ ଦୋଷୀ ସାବ୍ୟସ୍ତ କଲେ
୨୦ ଡିସେମ୍ବର ୨୦୦୬: ହାଇକୋର୍ଟ ହତ୍ୟାକାରୀ ମନୁ ଶର୍ମାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ
୨ ଫେବ୍ରୁଆରି ୨୦୦୭: ହାଇକୋର୍ଟର ରାୟ ବିରୋଧରେ ମନୁ ଶର୍ମା ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ
୧୯ ଏପ୍ରିଲ ୨୦୧୦: ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ।

ସମ୍ବନ୍ଧିତ ଖବର