ଜେଟ୍‌ ଏୟାରେଓ୍ଵଜ୍‌ର ଜନୈକ ଯାତ୍ରୀ ନିଜକୁ ଥଟ୍ଟାରେ ଜଣେ ଆତଙ୍କବାଦୀ ବୋଲି କହି ଏବେ ହରଡ଼ଘଣାରେ

ନୂଆଦିଲ୍ଲୀ: କୋଲକତାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବିମାନରେ ଜନୈକ ଯାତ୍ରୀ, ନିଜକୁ ଥଟ୍ଟାରେ ଜଣେ ଆତଙ୍କବାଦୀ ବୋଲି କହି ତାଙ୍କର ଜଣେ ବନ୍ଧ୍‌ୁଙ୍କୁ ବିମାନ ଭିତରୁ ଏସ୍‌ଏମ୍‌ଏସ୍‌ ପଠାଇବା ଘଟଣା ଏବେ ତାଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିସହ ଯାତ୍ରୀ ଜଣକ ପଡ଼ି ଯାଇଛନ୍ତି ହରଡ଼ଘଣାରେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୋଲକତାର ପୋଦ୍ଦାର ନାମକ ଜନୈକ ତାଙ୍କର ଆଉ ୪ ଜଣ ବନ୍ଧୁଙ୍କ ସହ ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବିମାନରେ ଆଜି ପୂର୍ବାହ୍ନରେ କୋଲକାତାରୁ ମୁମ୍ବାଇ ଯାତ୍ରା କରୁଥିଲେ। ତେବେ, ପୋଦ୍ଦାର ବିମାନ ଭିତରେ ପ୍ରବେଶ କରି ତାଙ୍କ ସିଟ୍‌ରେ ବସିବା ପରଠାରୁ ତାଙ୍କ ବନ୍ଧୁମାନଙ୍କ ସହ ଥଟ୍ଟା ମଜାକ୍‌ କରିବା ଉଦ୍ଦେଶ୍ୟରେ କିଛି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଥିଲେ। ସେ ତାଙ୍କ ମୁହଁକୁ ନିଜ ରୁମାଲରେ ଆତଙ୍କବାଦୀଙ୍କ ପରି ବାନ୍ଧି ପକାଇବା ସହ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ତାଙ୍କ ଫୋନ୍‌ରୁ ଏକ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ପ୍ରେରଣ କରୁଥିଲେ।

‘ବିମାନରେ ଆତଙ୍କବାଦୀ! ମୁଁ ମହିଳାମାନଙ୍କ ହୃଦୟକୁ ନଷ୍ଟ କରିଦେବି!’ ତେବେ, ପୋଦ୍ଦାର ତାଙ୍କ ଫୋନ୍‌ରେ ଯେତେବେଳେ ଏଇ ବାର୍ତ୍ତାଟିକୁ ଲେଖୁଥିଲେ, ସେତେବେଳେ ତାଙ୍କ କଡ଼ରେ ବସିଥିବା ଅନ୍ୟଜଣେ ସହଯାତ୍ରୀ ଏଇ ବାର୍ତ୍ତାଟିକୁ ପଢ଼ି ଦେଇଥିଲେ। ପରେ ସହଯାତ୍ରୀ ଜଣକ ଘଟଣା ସଂପର୍କରେ ବିମାନର କ୍ୟାବିନ୍‌ କ୍ର୍ୟୁଙ୍କୁ ଜଣାଇବା ପରେ କଥା ଯାଇ ପହଞ୍ଚିଥିଲା ବିମାନର ପାଇଲଟଙ୍କ ନିକଟରେ। ପାଇଲଟ ସଙ୍ଗେସଙ୍ଗେ ବିମାନଟିକୁ ରନ୍‌େଓ୍ଵ ଉପରୁ ଫେରାଇ ଆଣିବା ସହ ଘଟଣା ସଂପର୍କରେ ବିମାନ ବନ୍ଦରରେ ମୁତୟନ ସିଆଇଏସ୍‌ଏଫ୍‌ ସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ। ସୁରକ୍ଷା କର୍ମୀମାନେ ସଙ୍ଗେ ସଙ୍ଗେ ବିମାନ ଭିତରେ ପଶି ତାଙ୍କୁ ଗରଫ କରି ତଳକୁ ନେଇଯିବା ସହ ତାଙ୍କ ଜିନିଷ ପତ୍ରକୁ ମଧ୍ୟ ବିମାନ ଭିତରୁ ବାହାର କରି ଆଣିଥିଲେ।

ପରେ ପୋଦ୍ଦାର ଥଟ୍ଟା କରୁଥିଲେ ବୋଲି ଯେତେ ସଫେଇ ଦେଲେ ମଧ୍ୟ ସୁରକ୍ଷା କର୍ମୀ ତାଙ୍କ କଥାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ। ଏବେବି ସୁରକ୍ଷା କର୍ମୀମାନେ ତାଙ୍କୁ ଗିରଫ ରଖି କୋଲକାତା ପୁଲିସ୍‌ ସହ ଯୋଗାଯୋଗ କରି ତାଙ୍କ ସଂପର୍କରେ ତଦନ୍ତ ଚଳାଇଛନ୍ତି। ତେବେ, ପୋଦ୍ଦାରଙ୍କ ଏପ୍ରକାରର କାରନାମା ପାଇଁ ୧୬୦ ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଜେଟ୍‌ ଏୟାରେଓ୍ଵଜ୍‌ର ବିମାନଟି ୧ ଘଣ୍ଟା ୧୦ ମିନିଟ୍‌ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର