ସଙ୍କଟରେ ଜେଟ୍‌ ଏୟାରେଓ୍ଵଜ୍‌ର ଭାଗ୍ୟ, ୩ମାସ ହେଲାଣି ଦରମା ମିଳି ନ ଥିବାରୁ ସ୍ପାଇସ୍‌ ଜେଟ୍‌ ସହ ଯୋଡ଼ି ହୋଇ ପାରନ୍ତି ପାଇଲଟ୍‌

ନୂଆଦିଲ୍ଲୀ : ଆର୍ଥିକ ଅନଟନ ଦେଇ ଗତି କରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ପାଇଲଟ୍‌ମାନେ ଏବେ କମ୍ପାନି ଛାଡ଼ି ସ୍ପାଇସ୍‌ ଜେଟ୍‌ ସହ ଯୋଡ଼ି ହେବାର ଯୋଜନା କରୁଥିବା ଜଣା ପଡ଼ିଛି । ଜେଟ୍‌ ଏୟାରେଓ୍ଵଜ୍‌ରେ ଏବେ ଆର୍ଥିକ ସମସ୍ୟା ଦେଖା ଯାଇଥିବା ବେଳେ ପାଲଇଟ୍‌ମାନଙ୍କୁ ୩ମାସ ହେଲାଣି ଦରମା ଦିଆ ଯାଇ ନାହିଁ । ଯାହା ପାଇଁ ସେମାନେ ଏଭଳି ଯୋଜନା କରୁଥିବା ଜଣା ପଡ଼ିଛି । ଜେଟ୍‌ ଏୟାରେଓ୍ଵଜ୍‌ର ଏ ସମସ୍ୟା ଦେଖି କମ୍ପାନୀର ପାଇଲଟ୍‌ମାନଙ୍କୁ ଇଣ୍ଡିଗୋ ଏବଂ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଚାକିରିର ଅଫର ଦିଆଯାଉଥିବା ସାମ୍ନାକୁ ଆସିଛି । ଇଣ୍ଡିଗୋ ଜେଟ୍‌ ଏୟାରେଓ୍ଵଜ୍‌ର ପାଇଲଟ୍‌ମାନଙ୍କୁ ଦୁଇ ମାସର ବୋନସ ସହ ଜେଟ୍‌ ଏୟାରେଓ୍ଵଜ୍‌ରେ ମିଳୁଥିବା ସମାନ ଦରମାରେ ଚାକିରିର ଅଫର ଦେଇଥିବା ବେଳେ ପାଇଲଟ୍‌ମାନେ କମ୍ପାନୀ ବଦଳାଇବାର ଯୋଜନା କରୁଥିବା ସୂଚନା ମିଳିଛି ।

livemint.com

ସୂଚନା ମୁତାବକ, ଜେଟ୍‌ ଏୟାରେଓ୍ଵଜ୍‌ ଏସ୍‌ବିଆଇ ସମେତ ଅନ୍ୟ କିଛି ବ୍ୟାଙ୍କରୁ ୮,୦୫୨କୋଟି ଟଙ୍କାର କରଜ କରିଥିବା ବେଳେ ଏହାକୁ ଫେରାଇବାରେ ଅସମର୍ଥ ହୋଇଛି । ମାର୍ଚ୍ଚ ୩୧ମଧ୍ୟରେ ବାକି ଥିବା ଦରମା ଦିଆ ନଗଲେ ଅପ୍ରେଲ ୧ରୁ ବିମାନ ଉଡ଼ାଣ ବନ୍ଦ କରିବାକୁ ଚେତାବନୀ ଦେଇ ସାରିଛି ପାଇଲଟ୍‌ ସଂଘ । ଲଗାତାର କମ୍ପାନୀର ଆର୍ଥିକ ଅବସ୍ଥା ଖରାପ ହୋଇ ଚାଲିଥିବାରୁ ଏ ପର୍ଯ୍ୟନ୍ତ ୪୧ଟି ବିମାନର ଉଡ଼ାଣ ବନ୍ଦ କରି ଦେଇଛି ଜେଟ୍‌ ଏୟାରେଓ୍ଵଜ୍‌ ।

ସମ୍ବନ୍ଧିତ ଖବର