ସୁସ୍ଥ ହୋଇ ଫେରିଲେ ଜେଟ୍‌ଲି

ନୂଆଦଲ୍ଲ: ସଫଳ କିଡନି ପ୍ରତିରୋପଣ ପରେ ଆଜି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୫ ବର୍ଷୀୟ ଜେଟ୍‌ଲି ଗତ ମେ’ ୧୨ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ମେ’ ୧୪ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲା। କୌଣସି ପ୍ରକାର ସଂକ୍ରମଣ ନହେବାପାଇଁ ଜେଟଲିଙ୍କୁ ପୃଥକ୍‌ ଓ୍ଵାର୍ଡରେ ରଖାଯାଇଥିଲା। ତେବେ ପାଖାପାଖି ୩ ସପ୍ତାହ ଏମ୍ସରେ ରହିବାପରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର