ନୂଆଦିଲ୍ଲୀ: ଆଇଏସ୍ ଆତଙ୍କବାଦୀଙ୍କ ଭାରତ ଶାଖାର ପର୍ଦ୍ଦାଫାସ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଗୋପନୀୟତା ଅଧିକାର କ୍ଷୁଣ୍ଣ କରୁଥିବା ନେଇ କଂଗ୍ରେସ ଅଭିଯୋଗ କରୁଥିବା ବେଳେ ଏହାଦ୍ବାରା ଏକ ବଡ଼ଧରଣର ବିପଦକୁ ଟାଳିଦିଆଯାଇଛି। ବୈଦ୍ୟୁତିକ ଡିଭାଇସ୍କୁ ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଏବଂ ୟୁପି ଏସ୍ଟିଏଫ୍ ସହାୟତାରେ ଏନ୍ଆଇଏ ଆଇଏସ୍ ଭାରତ ଶାଖାକୁ ଖୋଜି ଧ୍ବସ୍ତବିଧ୍ବସ୍ତ କରିପକାଇଛି ବୋଲି ଜେଟ୍ଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୦ଟି ସରକାରୀ ଏଜେନ୍ସି ଦେଶର ତମାମ୍ କମ୍ପ୍ୟୁଟର୍ ସିଷ୍ଟମ୍କୁ ନିଜ ନିୟନ୍ତ୍ରଣକୁ ନେଇ ସମସ୍ତ ଯାଞ୍ଚ କରିପାରିବେ ବୋଲି ସରକାର ଅନୁମତି ଦେଇଥିବା ବେଳେ ଏହାକୁ କଂଗ୍ରେସ ବିରୋଧ କରିଆସୁଛି। ଦେଶରେ ଏବେ ପୁଲିସ ରାଜ୍ ଆରମ୍ଭ ହୋଇଯାଇଛି ବୋଲି ଦଳ କହୁଛି। ଜେଟ୍ଲି କହିଛନ୍ତି, ଭାରତରେ ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିବାରେ ଏନ୍ଆଇଏର ଭୂମିକା ଗୁରୁତ୍ବପୂର୍ଣ୍ଣ। ତେବେ ଗୃହ ମନ୍ତ୍ରାଳୟ ଏଜେନ୍ସିଗୁଡ଼ିକୁ ବୈଦ୍ୟୁତିକ ଉପକରଣ ନିୟନ୍ତ୍ରଣକୁ ନେଇ ଯାଞ୍ଚ କରିବା ଲାଗି ଅଧିକାର ଦେବା ଯୋଗୁ ଏହା ସମ୍ଭବ ହୋଇପାରିଛି। କିନ୍ତୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି।
କଂଗ୍ରେସକୁ ଜେଟ୍ଲିଙ୍କ ଟାର୍ଗେଟ୍
/sambad/media/post_attachments/wp-content/uploads/2018/12/arun-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)