ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ନୂଆ ସରକାରରେ କିଛି ଦାୟିତ୍ବ ଗ୍ରହଣ କରିବେ ନାହିଁ। ଜେଟ୍ଲି ଅସୁସ୍ଥ ଅଛନ୍ତି। ତାଙ୍କୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ ଏବଂ ଚିକିତ୍ସାରେ ସମୟ ଦେବାକୁ ହେବ ବୋଲି ଜେଟ୍ଲି ଦର୍ଶାଇଛନ୍ତି। ତେଣୁ ନୂଆ ସରକାରରେ ତାଙ୍କୁ ବର୍ତ୍ତମାନ ପାଇଁ କିଛି ଦାୟିତ୍ବ ନ ଦେବାକୁ ସେ ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ମୋଦୀଙ୍କ ପାଖକୁ ଜେଟ୍ଲି ଲେଖିଥିବା ପତ୍ରକୁ ସେ ଆଜି ଟ୍ବିଟରରେ ସେୟାର କରିଛନ୍ତି। ଏଥିରୁ ଜାଣିବାକୁ ମିଳିଛି ଯେ ଜେଟ୍ଲି ପୂର୍ବରୁ ମଧ୍ୟ ପ୍ରଚାର ସରିବା ପରେ ମୋଦୀଙ୍କୁ ସୂଚନା ଦେଇ ସମସ୍ତ ଦାୟିତ୍ବରୁ ମୁକ୍ତ ରହିବା ଚାହୁଥିବା କଥା କହିଥିଲେ। ଆଜି ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଜେଟ୍ଲିଙ୍କ ବାସଭବନକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବଂ ନୂଆ ମନ୍ତ୍ରିମଣ୍ଡଳ ବାବଦରେ ଆଲୋଚନା କରିଛନ୍ତି। ୬୬ ବର୍ଷୀୟ ଜେଟ୍ଲି କହିଛନ୍ତି ସେ ଗତ ୧୮ ମାସ ହେବ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏହି ବରିଷ୍ଠ ବିଜେପି ନେତା କହିଛନ୍ତି ତାଙ୍କ ପାଖରେ ଅଧିକ ସମୟ ଥିବାରୁ ସେ ଅନୌପଚାରିକ ଭାବେ ଦଳ ଏବଂ ସରକାରଙ୍କ ବିଭିନ୍ନ କାମରେ ସହାୟତା ଦେବେ।
ଉଲ୍ଲେଖଯୋଗ୍ୟ ଜେଟ୍ଲିଙ୍କର ଗତବର୍ଷ କିଡନି ପ୍ରତିରୋପଣ ହୋଇଥିଲା। ଦୁଇ ବର୍ଷ ହେଲା ସେ ଅନେକ ସମୟରେ ଅସୁସ୍ଥ ରହିଥିଲେ। ଗତ ବର୍ଷ ମଧ୍ୟ ସେ ୩ ମାସ କାମରୁ ବିରତି ନେଇଥିଲେ। ଜେଟ୍ଲିଙ୍କ ଅନୁପସ୍ଥିତିରେ ପିୟୁଷ ଗୋୟଲ ଅର୍ଥ ବିଭାଗ ଦାୟିତ୍ବରେ ଥିଲେ। ଏହାପରେ ଜେଟ୍ଲି ଅଗଷ୍ଟ ୨୦୧୮ରେ ପୁଣି ଥରେ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କଲେ।
ମୋଦୀଙ୍କୁ ଚିଠି ଲେଖିଲେ ଜେଟ୍ଲି : ନୂଆ ସରକାରରେ ମନ୍ତ୍ରୀ ହେବେ ନାହିଁ
ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଲେ
/sambad/media/post_attachments/wp-content/uploads/2019/05/arun-jeitley.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)