ଲକ୍ଷ୍ନୌ: ଏସିଆର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବା ସହ ଏହି ବିମାନବନ୍ଦର ପାଇଁ ଯୋଗୀ ସରକାର ୫ ହଜାର ୮୪୫ ହେକ୍ଟର ଜମି ଦେଇଥିବା ଜଣାପଡ଼ିଛି।

Advertisment

ଆଜି ବିମାନବନ୍ଦରର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବିମାନବନ୍ଦର ୟୁପିରେ ରପ୍ତାନିକୁ ବୃଦ୍ଧି କରିବ ଏବଂ ରାଜ୍ୟର ଯୁବପିଢ଼ିମାନଙ୍କ ପାଇଁ ହଜାର ହଜାର ଚାକିରି ସୁଯୋଗ ସୃଷ୍ଟି କରିବ। ଏହା ସହ ଏହି ବିମାନବନ୍ଦର ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବ। ଏହା ସହ ଜେୱର ବିମାନବନ୍ଦର ଦିଲ୍ଲୀ ଏନସିଆର ଏବଂ ୟୁପିରେ ରହୁଥିବା କୋଟି କୋଟି ଲୋକଙ୍କୁ ଉପକୃତ କରିବ। ପ୍ରତିବର୍ଷ ଆମେ ଅନ୍ୟ ଦେଶରେ ବିମାନର ମରାମତି ପାଇଁ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଉ। ବର୍ତ୍ତମାନ, ସମସ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ଏଠାରେ କରାଯିବ।

publive-image www.aajtak.in

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ କେନ୍ଦ୍ର ଏବଂ ରାଜ୍ୟରେ ଥିବା ସରକାର ପଶ୍ଚିମ ୟୁପିର ବିକାଶକୁ ଅଣଦେଖା କରିଥିଲେ। ଜେୱର ବିମାନବନ୍ଦର ପ୍ରକଳ୍ପ ବନ୍ଦ କରିବାକୁ ପୂର୍ବ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ପୂର୍ବରୁ କେବଳ ଘୋଷଣା ହେଉଥିବା ବେଳେ କାମ କମ ହେଉଥିଲା। ‌ଏବେ ଆମ ସରକାର ସବୁ କାମ ଠିକ ସମୟରେ ଶେଷ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ସରକାରୀ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମିର କ୍ଷତିପୂରଣ ପାଇବା ପାଇଁ କୃଷକମାନଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ହେଲେ ଏବେ ସେମାନେ ଠିକ୍ ସମୟରେ ଯେମିତି କ୍ଷତିପୂରଣ ପାଇବେ, ତାହା ଆମେ ନିଶ୍ଚିତ କରିଛୁ।