ମୋଦିଙ୍କ ପାଇଁ ସୁନା ସ୍ମାରକୀ

ରାଜକୋଟ: ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି | ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ତାଙ୍କ ପ୍ରଶଂସକ | ଗୁଜୁରାଟ ରାଜକୋଟର ଜଣେ ବ୍ୟବସାୟୀ ମୋଦିଙ୍କ ପାଇଁ ତିନିଟି ସ୍ମାରକୀ ନିର୍ମାଣ କରିଛନ୍ତି | ସୁନା ଓ ରୁପାରେ ମୋଦିଙ୍କୁ ନେଇ ଏହି ସୁନା ବ୍ୟବସାୟୀ ଜଣକ ତିନିଟି ସ୍ମାରକୀ ନିର୍ମାଣ କରିଛନ୍ତି | ଏଥିରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ସହ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବାର ଫଟୋ ସ୍ଥାନିତ ପାଇଛି |

ବ୍ୟବସାୟୀ ଜଣକ କହିଛନ୍ତି ଯେ ସେ ମୋଦିଙ୍କର ଜଣେ ବଡ ପ୍ରଶଂସକ | ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ସେ ଆଶା କରିଥିଲେ ଯେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ | ତେଣୁ ସେ ସ୍ମାରକୀ ନିର୍ମାଣ କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ | ଫଳାଫଳ ବାହାରିବା ପରେ ପରେ ଏହି ତିନିଟି ସ୍ମାରକୀକୁ ମୋଦିଙ୍କୁ ଦେବାକୁ ସେ ଚାହିଁଛନ୍ତି |

ଏହି ତିନିଟି ସ୍ମାରକୀରୁ ପ୍ରଥମ ସ୍ମାରକୀରେ ବିଭିନ୍ନ ଦେଶର ରାଜନେତା ଓ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବାର ଫଟୋଗୁଡିକୁ ସ୍ଥାନିତ କରାଯାଇଛି | ସେହିଭଳି ଦ୍ଵିତୀୟ ସ୍ମାରକୀରେ ମୋଦି ସରକାରଙ୍କର ବିଭିନ୍ନ ଯୋଜନା ଯେପରିକି ସ୍ଵଚ୍ଛ ଭାରତ,ମେକ ଇନ ଇଣ୍ଡିଆ, ଷ୍ଟାଚ୍ୟୁ ଅଫ ୟୁନିଟିକୁ ସ୍ଥାନ ଦିଆଯାଇଛି |

ସମ୍ବନ୍ଧିତ ଖବର