ଭୋପାଳ: ଜିଲ୍ଲା ପ୍ରଶାସନ ଆଗକୁ ଆସୁଛି ବିଧାନସଭା ନିର୍ବାଚନ ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପ୍ରଶାସନ ମଦ ବୋତଲରେ ଭୋଟ ପାଇଁ ଷ୍ଟିକର ଲଗାଯାଇଛି। ଲୋକଙ୍କ ନିକଟରୁ ସହଜରେ ଭୋଟ ନେବା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

Advertisment

ମଧ୍ୟ ପ୍ରଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଝବୁଆରେ ଦେଖିବା ପାଇଁ ମିଳିଛି ଏହି ଘଟଣା। ଝାବୁଆର ପ୍ରତିଟି ମଦ ଦୋକାନରେ ବଣ୍ଟାଯାଇଛି ଭୋଟ ପାଇଁ ଷ୍ଟିକର। ମଦ ବୋତଲରେ ଷ୍ଟିକର ଲଗାଯାଇ ଲୋକଙ୍କ ଠାରୁ ଭୋଟ ଆଦାୟ କରାଯିବାର ବ୍ୟବସ୍ଥା କରାଯାଇଥିଲା। ମଦ ବୋତଲରେ ଏହି ଷ୍ଟିକର ଲଗାଇବା ସହ ଲୋକଙ୍କୁ ଭୋଟ ପାଇଁ ଅନୁରୋଧ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଭୋଟରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରାଯାଇଥିବା ଅବକାରୀ ବିଭାଗର କମିଶନର ଅଭିଷେକ ତିୱାରୀ ସୂଚନା ଦେଇଛନ୍ତି।