ତେଜସ୍ବୀଙ୍କ ପାଇଁ ଗିଫ୍ଟ ପଠାଇଲା ବିଜେପି, ଜାଣନ୍ତୁ କେଉଁ କାମରେ ବ୍ୟବହାର ହେବ ଉପହାର

ପାଟନା/ରାଞ୍ଚି: ବିହାରର ନବନିର୍ବାଚିତ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝାଡ଼ଖଣ୍ଡ ବିଜେପି ପକ୍ଷରୁ ଏକ ନିଆରା ଉପହାର ପଠାଯାଇଛି । ବିହାରର ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦେବାକୁ ତେଜସ୍ୱୀଙ୍କ ପ୍ରତିଶୃତିକୁ ନେଇ ଝାଡ଼ଖଣ୍ଡ ବିଜେପି ମୁଖପାତ୍ର ପ୍ରତୁଲ ଶାହଦେବ ଏକ ଉପହାର ପଠାଇଛନ୍ତି । ପ୍ରତ୍ୟୁଲ ଏକ ଭିଡିଓକୁ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ‘ତେଜସ୍ୱୀ ଜୀ, ଆପଣ ପଲଟୁ ମାମୁଁଙ୍କ ସହ ଲୋକଙ୍କ ଜନାଦେଶକୁ ଅପହରଣ କରି ପଛ ଦ୍ୱାର ଦେଇ କ୍ଷମତାକୁ ଆସିଛନ୍ତି। ତଥାପି, ଏକ ବଡ ହୃଦୟ ଦେଖାଇ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି |


ବିଧାନସଭା ନିର୍ବାଚନରେ ​​ବିହାରର ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ମୁଁ ମନେ ପକାଇଦେବି’। ସେ ଆହୁରି କହିଛନ୍ତି, ‘ ଆପଣ ପ୍ରଥମ ଦସ୍ତଖତରେ ୧୦ ଲକ୍ଷ ଚାକିରିର ପ୍ରତିଶୃତି ଦେଇଛନ୍ତି | ବର୍ତ୍ତମାନ ଆପଣଙ୍କ ପାଖରେ କୌଣସି ବାହାନା ବାକି ନାହିଁ | ପରେ ଯେମିତି ଆପଣ କହିବେ ନାହିଁ ଯେ କଲମ ଆଣିବାକୁ ଭୁଲି ଯାଇଛନ୍ତି | ସେଥିପାଇଁ ଆପଣଙ୍କ ପାଇଁ ଗୋଟିଏ କଲମ କିଣିଛୁ | ଆଜି ମୁଁ ଏହି ଉପହାରକୁ ଆପଣଙ୍କ ପାଖକୁ ପଠାଉଛି |

ସମ୍ବନ୍ଧିତ ଖବର