ଝାନ୍ସି: ପ୍ରଥମ ପତ୍ନୀଙ୍କୁ ଛାଡ଼ି ୨୧ବର୍ଷ ସାନ ମହିଳାଙ୍କୁ ବିବାହ କରିଥିଲେ ୫୩ବର୍ଷୀୟ ବ୍ୟକ୍ତି। ୨ମାସ ପରେ ହାରିଲେ ଜୀବନ। ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି ଏଭଳି ଘଟଣା। ମୃତକଜଣକ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି। ଏପ୍ରିଲରେ ତାଙ୍କର ଦ୍ବିତୀୟ ବିବାହ ହୋଇଥିଲା। ପତ୍ନୀଙ୍କ ସହ ଝଗଡ଼ା ହେବା ପରେ ମୃତକ ଏଭଳି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ସୁନୀଲ କୁମାର(୫୩) ହୋଇଥିବା ବେଳେ ଦ୍ବିତୀୟ ପତ୍ନୀଙ୍କ ନାମ ଜ୍ୟୋତି(୩୨) ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ପ୍ରାୟ ୧୭ବର୍ଷ ପୂର୍ବେ ସୁନୀଲ କୁମାର (୫୩) ଜଣେ ମହିଳାଙ୍କୁ ବିବାହ କରିଥିଲେ। ହେଲେ ସେମାନଙ୍କର ବିବାହ ଅଧିକ ଦିନ ତିଷ୍ଠି ରହିଲା ନାହିଁ ଏବଂ ପରେ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଗଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ୧୫ବର୍ଷ ଧରି କୋର୍ଟରେ ଚାଲିଥିଲା। ଗତ ବର୍ଷ ଅକ୍ଟୋବରରେ ସୁନୀଲଙ୍କ ଛାଡପତ୍ର ହେବା ପରେ ସୁନୀଲ , ଜ୍ୟୋତିଙ୍କୁ ଭେଟିଥିଲେ। ପ୍ରଥମ ବିବାହରୁ ସୁନୀଲଙ୍କର ଗୋଟେ ଝିଅ ଥିବା ବେଳେ ଜ୍ୟୋତିଙ୍କର ମଧ୍ୟ ପ୍ରଥମ ବିବାହରେ ଗୋଟାଏ ଝିଅ ଥିଲା। ଉଭୟ ପରସ୍ପରକୁ ଭେଟିବା ପରେ ସାଙ୍ଗରେ ଜୀବନ ବିତାଇବେ ବୋଲି ଭାବିଥିଲେ। ଏପ୍ରିଲରେ ଦୁହେଁ ବିବାହ କରିବା ପରେ ସବୁ କିଛି ଠିକ୍ ଚାଲିଥିଲା। ହେଲେ ଜୁନ୍ ୧୯ରେ ସୁନୀଲ ବିଳମ୍ବରେ ଘରକୁ ଫେରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିପାଇଁ ରାଗରେ ଜ୍ୟୋତି ଘରେ ଥିବା ସବୁ ମଦ ବୋତଲ ବାହାରକୁ ଫିଙ୍ଗି ଦେଇଥିଲେ। ଏହି ଝଗଡ଼ା ପରେ ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ ହୋଇଯାଇଥିବା ବେଳେ ଜୁନ୍ ୨୧ ତାରିଖ ସକାଳେ ସୁନୀଲ ବିଷ ପିଇ ଜୀବନ ହାରିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/t-137.jpg)