ଜାଣନ୍ତୁ ଝାଡ଼ଖଣ୍ଡ ନିର୍ବାଚନର ଚୂଡାନ୍ତ ଫଳାଫଳ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ପାଇଁ ସଦ୍ୟ ସମାପ୍ତ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ହେବା ପାଇଁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ରହିଛି। ତେବେ, ଗଣତିରୁ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏଥର ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇ ଯାଇଛି। କାରଣ, ୮୧ଟି ବିଧାନସଭା ଆସନ ମଧ୍ୟରୁ ୪୭ଟି ଆସନରେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟର ପ୍ରାର୍ଥୀମାନେ ଜିତିଛନ୍ତି | ସେହିପରି ବିଜେପି ୨୫ଟି ଆସନରେ ଜିତାପଟ ହାସଲ କରିଥିବାବେଳେ ଅନ୍ୟମାନେ ୮ଟିରେ ଜିତିଛନ୍ତି | ମୁକ୍ତ ଭାରତ ଗଢ଼ିବା ନାରା ଦେଉଥିବ‌ା ଭାରତୀୟ ଜନତା ପାର୍ଟି ହାତରୁ ପୁଣି ଗୋଟିଏ ରାଜ୍ୟ ଖସିଯିବା ସ୍ପଷ୍ଟ ହୋଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ନିଶ୍ଚିତ ହୋଇଯାଇଛି ।

ସମ୍ବନ୍ଧିତ ଖବର