ରାଞ୍ଚି: ଆସନ୍ତା ନଭେମ୍ବର ୩୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆରମ୍ଭ ହେଉଥିବାବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ବିଦ୍ରୋହୀ ବିଜେପି ନେତା ସରଯୁ ରାୟ ଆଜି ଜାମସେଦପୁର ପୂର୍ବ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ବିଦ୍ରୋହୀ ନେତା ଶ୍ରୀ ରାୟ ରଘୁବର ଦାସଙ୍କ କ୍ୟାବିନେଟ୍ରେ ଗତକାଲି ଯାଏ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଥିଲେ। କିନ୍ତୁ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ସହ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଟିକେଟ୍ ବଣ୍ଟନକୁ ନେଇ ଶ୍ରୀ ରାୟ ବିଜେପି ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁୂଛନ୍ତି। ଉଲ୍ଲେଖଯୋଗ୍ୟ ରଘୁବର ଦାସ ୧୯୯୫ରେ ଅବିଭାଜିତ ବିହାରର ଜାମସେଦପୁର ଆସନରୁ ବିଧାନସଭା ନିର୍ବାଚନ ଜିତିଥିଲେ । ଏହି ଆସନରୁ ସେ ୫ ଥର ନିର୍ବାଚନ ଜିତିଛନ୍ତି। ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ସେ ତାଙ୍କ କାର୍ଯ୍ୟକାଳ ଶେଷ କରିଛନ୍ତି ।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବେ ବିଜେପି ବିଦ୍ରୋହୀ ନେତା
/sambad/media/post_attachments/wp-content/uploads/2019/11/Election_CoVmmissio12n_newindian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)