ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୫୨ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପର୍ଯ୍ୟାୟରେ ୫୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ତାଲିକାରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସେ ଜାମସେଦପୁର ଆସନରୁ ନିର୍ବାଚନ ଲଢ଼ିବେ। ଦଳର ପ୍ରଦେଶ ଅଧ୍ୟକ୍ଷ ଲକ୍ଷ୍ମଣ ଗିଲୁବା ଚକ୍ରଧରପୁର ଆସନରୁ ଟିକଟ ପାଇଛନ୍ତି। ରାଜ୍ୟର ମୋଟ ୮୧ ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଭୋଟ୍‌ ଗଣତି ୨୩ ଡିସେମ୍ବରରେ ହେବ। ଝାଡ଼ଖଣ୍ଡରେ ବିଜେପି ପୁଣି ଥରେ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ବୋଲି ବିଜେପି ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର