ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ: ଭୋଟରଙ୍କୁ ପ୍ରଭାବିତ କରିବାରେ ବିଜେପିର ରଘୁବର ଦାସ ବିଫଳ

ରାଞ୍ଚି: ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ରାଜ୍ୟରେ କ୍ଷମତାସୀନ ହେବାକୁ ଯାଉଛି। ଏଯାବତ୍ ମିଳିଥିବା ଫଳାଫଳ ମୁତାବକ ରାଜ୍ୟର ଅଧିକାଂଶ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ପରାଜିତ ହେଉଥିବାରୁ କ୍ରମାଗତ ଦ୍ୱିତୀୟ ଥର ବିଜେପିକୁ ଝାଡ଼ଖଣ୍ଡରେ ଜିତାଇ ରେକର୍ଡ କରିବା ସୁଯୋଗ ହରାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ।

ଠିକ୍‌ ନିର୍ବାଚନ ପୂର୍ବରୁ ଆସନ ବଣ୍ଟନରେ ମନାନ୍ତର ଯୋଗୁଁ ବିଜେପିର ସହଯୋଗୀ ଦଳ ସୁଦେଶ ମହତୋଙ୍କ ‘ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌’ ମେଣ୍ଟରୁ ଓହରି ଯାଇଥିଲା। ଏହା ବିଜେପିର ପରାଜୟର ଅନ୍ୟତମ କାରଣ ବୋଲି ମନେକରାଯାଉଛି । ଜାମସେଦପୁର ପୂର୍ବ ଆସନଟି ମଧ୍ୟ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ସରଯୁ ରାୟଙ୍କ ଅକ୍ତିଆରକୁ ଚାଲିଯାଉଛି। ରଘୁବରଙ୍କ କାର୍ଯ୍ୟଶୈଳୀକୁ ରାୟ ତୀବ୍ର ସମାଲୋଚନା କରି ପ୍ରଚାର ଅଭିଯାନ ଚଳାଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ଜାମସେଦପୁର ପୂର୍ବ ଆସନରୁ ରଘୁବର ୭୦, ୧୫୭ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିବା ବେଳେ ଏବେ ରାୟଙ୍କ ଠାରୁ ମାତ୍ର ୧, ୪୪୯ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

Image Source: DainkBhaskar

ପାରମ୍ପରିକ ଭାବେ ବିଜେପି ଝାଡ଼ଖଣ୍ଡର ସହରାଞ୍ଚଳ ଆସନଗୁଡ଼ିକରେ ଦବଦବା ବଜାୟ ରଖିଥାଏ , କିନ୍ତୁ ଏଥର ବୋକାରୋରେ ବିଜେପିର ପ୍ରାର୍ଥୀ ବିରଞ୍ଚିନାରାୟଣ ପ୍ରଥମ ଥର ଲାଗି ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥିନୀ ଶ୍ୱେତା ସିଂହଙ୍କ ଠାରୁ ପଛାଇଛନ୍ତି। ନାରାୟଣ ୨୦୧୪ ନିର୍ବାଚନରେ ବୋକାରୋରୁ ୭୨, ୬୪୩ ଖଣ୍ଡ ଭୋଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର