ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟର କଂଗ୍ରେସ, ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା), ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଏବଂ ସିପିଆଇଏମ୍ ମିଳିତ ଭାବେ ଆଜି ଏକ ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ମେଣ୍ଟର ଇସ୍ତାହାର ଝାଡ଼ଖଣ୍ଡ ନାଗରିକଙ୍କ ପାଇଁ ୭ଟି ପ୍ରମୁଖ ପ୍ରତିଶ୍ରୁତି ଦେଇଛି। ସାମାଜିକ, ଅର୍ଥନୈତିକ ଏବଂ କୃଷି କ୍ଷେତ୍ରରେ ବିକାଶ ଦିଗକୁ ଫୋକସ୍ କରି ଇଣ୍ଡି ମେଣ୍ଟ ପକ୍ଷରୁ ୭ଟି ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି।
୧. ୧୯୩୨ ମସିହାର ଏକ ଖତିୟାନ ଆଧାରିତ ନୀତି ଏବଂ ସରନା ଧାର୍ମିକ କୋଡ୍ କାର୍ଯ୍ୟକାରୀ କରିବାପାଇଁ ମେଣ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
୨. ‘ମୈୟା ସମ୍ମାନ’ ଯୋଜନା ଅଧୀନରେ ୨୦୨୪ ଡିସେମ୍ବରରୁ ୨୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ମେଣ୍ଟ
ପ୍ରତିଶ୍ରୁତି ଦେଇଛି।
୩. ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀର ସୁରକ୍ଷା ପାଇଁ ଏକ କମିସନ୍ ଗଠନ କରିବାକୁ ପ୍ରତିଶ୍ରୁତି।
୪. ୪୫୦ ଟଙ୍କାରେ ପ୍ରତି ପରିବାରକୁ ଏଲ୍ପିଜି ସିଲିଣ୍ଡର ମିଳିବ ଏବଂ ପ୍ରତି ବ୍ୟକ୍ତିଙ୍କ ପିଛା ରାସନ୍ ୭ କିଲୋକୁ ବୃଦ୍ଧି କରିବାପାଇଁ ମେଣ୍ଟ ପ୍ରତିଶ୍ରୁତି ଦେଇଛି।
୫. ୧୦ ଲକ୍ଷ ଚାକିରି ସୃଷ୍ଟି କରିବା ସହ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ସ୍ବାସ୍ଥ୍ୟ ବୀମା ଦେବ ବୋଲି ମେଣ୍ଟ ଘୋଷଣା କରିଛି।
୬. ମେଣ୍ଟ ପ୍ରତି ବ୍ଲକ୍ରେ ଡିଗ୍ରି କଲେଜ୍ ପ୍ରତିଷ୍ଠା କରିବାପାଇଁ ଲକ୍ଷ୍ୟ ରଖିଛି। ଏଥିସହ ଏହା ପ୍ରତି ଜିଲ୍ଲାରେ ୫୦୦ ଏକର ଶିଳ୍ପ ଉଦ୍ୟାନ ବିକାଶ କରିବାପାଇଁ ଲକ୍ଷ୍ୟ ରଖିଛି।
୭. କୃଷକଙ୍କ ପାଇଁ ଏମ୍ଏସ୍ପି (ଧାନର ସର୍ବନିମ୍ନ ସହାୟକ ମୂଲ୍ୟ) ୨୪୦୦ରୁ ୩୨୦୦ ଟଙ୍କାକୁ ବୃଦ୍ଧି କରିବାପାଇଁ ମେଣ୍ଟ ପ୍ରତିଶ୍ରୁତି ଦେଇଛି।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ନିର୍ବାଚନ ଇସ୍ତାହାର ଜାରିକଲା ଇଣ୍ଡି ମେଣ୍ଟ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟର କଂଗ୍ରେସ, ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା), ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଏବଂ ସିପିଆଇଏମ୍ ମିଳିତ ଭାବେ ଆଜି ଏକ ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି।
/sambad/media/post_attachments/wp-content/uploads/2024/07/collage-election.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)