ରାଞ୍ଚି : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଭେଟିବା ପାଇଁ ତାଙ୍କୁ ମଧ୍ୟ କୁହାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ କୁମାର ଜୟମଙ୍ଗଳ ସିଂହ। ବରମୋର ବିଧାୟକ କୁମାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଗିରଫ ହୋଇଥିବା ତାଙ୍କ ଦଳର ବିଧାୟକମାନେ ତାଙ୍କୁ ବିଶ୍ବଶର୍ମାଙ୍କୁ ଭେଟିବା ପାଇଁ କହିଥିଲେ। କଂଗ୍ରେସ-ଜେଏମ୍ଏମ୍ ସରକାର ଭାଙ୍ଗିବା ପରେ ତାଙ୍କୁ ମନ୍ତ୍ରୀ କରାଯିବା ସହିତ କୋଟି କୋଟି ଟଙ୍କା ଦିଆଯିବର ପ୍ରତିଶ୍ରୁତି ଦିଆଯାଇଥାନ୍ତା। ଏ ସଂପର୍କରେ ଏକ ଅଭିଯୋଗ ସେ ଆରଗୋରା ଥାନାରେ କରିଛନ୍ତି। କିନ୍ତୁ ବିଶ୍ବଶର୍ମା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।