ନୂଆଦିଲ୍ଲୀ: ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜେରା କରିବା ଲାଗି ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଖୋଜୁଛି। ମୁଖ୍ୟମନ୍ତ୍ରୀ  ୨୪ ଘଣ୍ଟାରୁ ଅଧିକ ସମୟ ହେବ ନିଖୋଜ ଥିବା କଥା ସରକାରୀ ଅଧିକାରୀମାନେ କହୁଥିବା ବ‌େଳେ ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କହୁଛି ଯେ, ମୁଖ୍ୟମନ୍ତ୍ରୀ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି।

Advertisment

ଏହି ଘଟଣା ପ‌ରେ ଝାଡ଼ଖଣ୍ଡର ରାଜନୀତି ଚର୍ଚ୍ଚାରେ ରହିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି ଏକ ପୋଷ୍ଟ ଏକ୍ସ (ଟୁଇଟର)ରେ ସେୟାର କରିଛନ୍ତି।

ପୋଷ୍ଟ ସେୟାର କରି ବାବୁଲାଲ ମରାଣ୍ଡି ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କେନ୍ଦ୍ରୀୟ ଏଜେନ୍ସି ଭୟରେ ନିଖୋଜ ହୋଇଯାଇଛନ୍ତି। ଗତ ୪୦ଘଣ୍ଟା ହେବ ତାଙ୍କର କୌଣସି ସୂଚନା ମିଳି ପାରୁ ନାହିଁ। ଭାରି ଚିନ୍ତା ଲାଗୁଛି। ଯିଏବି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଖୋଜି ଆଣିବେ ବା ତାଙ୍କର ସୂଚନା ତେବେ ଉକ୍ତ ଭଦ୍ର ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ରାଶିର ମୂଲ୍ୟ ୧୧ହଜାର ଟଙ୍କା ରଖାଯାଇଛି। ନି‌ଖୋଜ ଥିବା ବ୍ୟକ୍ତି ଜଣକଙ୍କ ନାମ ହିମନ୍ତ ସୋରେନ, ରଙ୍ଗ  ଶ୍ୟାମଳ, ଉଚ୍ଚତା  ୫ ଫୁଟ ୨ ଇଞ୍ଚ ରହିଛି।

ଇଡି ସୂତ୍ରରୁ ପ୍ରକାଶ, ସେମାନେ ସୋରେନ୍‌ଙ୍କ ପତ୍ତା ପାଉନାହାନ୍ତି। ସୋରେନ ରାଞ୍ଚିରୁ ଦିଲ୍ଲୀ ଆସିଥିବା ଚାର୍ଟର୍‌ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ରହିଛି। ତାଙ୍କ ଲୋକମାନଙ୍କ ମଧ୍ୟରୁ କେତେକଙ୍କ (କର୍ମଚାରୀ) ଫୋନ୍‌ ସୁଇଚ୍‌ ଅଫ୍‌ଅଛି। ତାଙ୍କ ବିଏମ୍‌ଡବ୍ଲୁ କାର୍‌କୁ ଇଡି ଜବତ କରିଛି। ତାଙ୍କ ଡ୍ରାଇଭର୍‌ଙ୍କୁ ଜେରା କରାଯାଇଛି, କିନ୍ତୁ କିଛି ଲାଭ ହୋଇନାହିଁ।