ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଅସ୍ଥାୟୀ ଡିଜିପି ଅନୁରାଗ ଗୁପ୍ତାଙ୍କୁ ନିର୍ବାଚନ କମିସନ ଆଜି ତାଙ୍କ ପଦରୁ ହଟାଇଛନ୍ତି। ପୂର୍ବ ନିର୍ବାଚନ ସମୟରେ କାମଚଳା ଡିଜିପି ଅନୁରାଗ ଗୁପ୍ତାଙ୍କ ବିରୋଧରେ ଥିବା ଏକାଧିକ ଅଭିଯୋଗକୁ ଦର୍ଶାଇ ନିର୍ବାଚନ କମିସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡିଜିପିସ୍ତରରେ ଥିବା ବରିଷ୍ଠତମ ଅଧିକାରୀଙ୍କୁ ନୂତନ ଡିଜିପି ଭାବେ ନିଯୁକ୍ତି ମିଳିବ। ଅକ୍ଟୋବର ୨୧ ସୁଦ୍ଧା ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଫିସରଙ୍କର ଏକ ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାପରେ ନିର୍ବାଚନ କମିସନ ଜଣେ ନୂଆ ଡିଜିପିଙ୍କୁ ନିଯୁକ୍ତି ଦେବେ। ଅନୁରାଗ ଗୁପ୍ତାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ଗୁପ୍ତାଙ୍କ ବିରୋଧରେ ଜେଏମ୍ଏମ୍କୁ ସୁହାଇବା ଭଳି ପକ୍ଷପାତପୂର୍ଣ୍ଣ ବ୍ୟବହାର କରିଥିବା ଅଭିଯୋଗ ହେବାରୁ ତାଙ୍କୁ ଝାଡ଼ଖଣ୍ଡ ଏଡିଜି (ସ୍ବତନ୍ତ୍ର ଶାଖା) ଦାୟିତ୍ବରୁ ମୁକ୍ତ କରି ଦିଲ୍ଲୀ ପଠାଯାଇଥିଲା। ତେବେ ନିର୍ବାଚନ ପରେ ସେ ପୁଣିଥରେ ରାଜ୍ୟକୁ ଫେରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/20/VHXaV6G33T5uvUnC4sIG.jpg)