ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଏକ୍‌ଜିଟ୍‌ ପୋଲ: ସରକାର ଗଢ଼ିବେ ଜେଏମ୍‌ଏମ୍‌- ଆର୍‌ଜେଡି- କଂଗ୍ରେସ ମେଣ୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ଆଜି ପଞ୍ଚମ ତଥା ଅନ୍ତିମ ଚରଣ ଭୋଟ ଗ୍ରହଣ ଶେଷ ହେବାପରେ ଆଜି ସନ୍ଧ୍ୟାରେ ବାହୁଡ଼ା ମତ (ଏକଜିଟ୍‌ ପୋଲ) ଫଳାଫଳ ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଫଳାଫଳ କହୁଛି ଯେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏଥର କଂଗ୍ରେସ- ଜେଏମ୍‌ଏମ୍‌- ଆରଜେଡି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂଆ ସରକାର ଗଢ଼ିବେ।

ଆଜ୍‌ତକ୍‌- ଏକ୍ସିସ୍‌ ପକ୍ଷରୁ କରାଯାଇଥିବା ବାହୁଡ଼ା ମତ ଫଳାଫଳ କହୁଛି କଂଗ୍ରେସ- ଜେଏମ୍‌ଏମ୍‌- ଆରଜେଡି ୩୮-୫୦ ଆସନରେ ବିଜୟ ଲାଭ କରିବ ଏବଂ ୩୭ ପ୍ରତିଶତ ଭୋଟ ପାଇବ। ସେହପରି ବିଜେପି ୨୨-୩୨ ଆସନରେ ବିଜୟ ପାଇବା ସହ ମାତ୍ର ୩୪ ପ୍ରତିଶତ ଭୋଟ ପାଇବ।

ସେହିପରି ଏବିପି ନ୍ୟୁଜ୍‌- ସିଭୋଟର ପକ୍ଷରୁ କରାଯାଇଥିବା ବାହୁଡ଼ା ମତ ଫଳାଫଳ କହୁଛି କଂଗ୍ରେସ- ଜେଏମ୍‌ଏମ୍‌- ଆରଜେଡି ୩୧-୩୯ ଆସନରେ ବିଜୟ ଲାଭ କରିବ। ସେହପରି ବିଜେପି ୨୮-୩୬ ଆସନରେ ବିଜୟ ଲାଭ କରିବ। ତେବେ ଏଜେଏସ୍‌ୟୁ ୩-୭ ଓ ଜେମିଏମ୍‌ ୧-୪ ଆସନରେ ବିଜୟ ଲାଭ କରିବ ବୋଲି କହିଛି ଏହି ସଂସ୍ଥା।

ସେହପରି ଟାଇମସ୍‌ ନାଓର ଫଳାଫଳ କହୁଛି ଜେଏମ୍‌ଏମ୍‌ ୨୩, କଂଗ୍ରେସ ୧୬ ଓ ଆରଜେଡି ୫ ବିଜୟ ଲାଭ କରିବା ସହ ମିଳିତ ଭାବେ ଏମାନେ ୪୪ ଆସନରେ ବିଜୟ ଲାଭ କରିବେ। ଅନ୍ୟପକ୍ଷରେ ବିଜେପି ୨୮ ଓ ଜେଭିଏମ୍‌ ୩ ଆସନରେ ବିଜୟ ଲାଭ କରିବ ବୋଲି କହିଛି ଏହି ସଂସ୍ଥା।

ସମ୍ବନ୍ଧିତ ଖବର