ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ନେଇଛନ୍ତି। ଏଥିସହ ଶପଥ ନେବାର ତିନି ଦିନ ପରେ ଝାଡ଼ଖଣ୍ଡ ବିଧାନସଭାରେ ଚମ୍ପାଇ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ଫେବ୍ରୁଆରି ୫ (ସୋମବାର)ରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି।

Advertisment

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ମେଣ୍ଟର ପ୍ରାୟ ୪୦ ଜଣ ବିଧାୟକଙ୍କୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ପଠାଯିବା ପରେ ରାଜ୍ୟରେ ରାଜନୈତିକ ନାଟକ ଆରମ୍ଭ ହୋଇ ହୋଇଛି।

ସୂଚନା ଅନୁଯାୟୀ, ଆସ୍ଥା ଭୋଟ ପୂର୍ବରୁ ଘୋଡ଼ା ବେପାର ଭୟରେ ବିଧାୟକମାନଙ୍କୁ ରିସୋର୍ଟର ପ୍ରଥମ ଚାରି ମହଲାରେ ରଖାଯାଇଥିବା ବେଳେ ପରିସରକୁ ଅନ୍ୟ ଅତିଥିଙ୍କ ପାଇଁ ସୀମିତ ରଖାଯାଇଛି। ବିଧାୟକମାନେ ରହୁଥିବା ମହଲାକୁ କେବଳ ଗୋଟିଏ ଲିଫ୍‌ଟ ଜରିଆରେ ପୁଲିସ ସୁରକ୍ଷା ସହ ପ୍ରବେଶ କରାଯାଇ ପାରିବ।

ଶୁକ୍ରବାର ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଚମ୍ପାଇ ସୋରେନଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଆଲମଗିର ଆଲାମ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ସତ୍ୟାନନ୍ଦ ଭୋକ୍ତା ଝାରଖଣ୍ଡ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଶପଥ ଗ୍ରହଣ ପରେ ପରେ ଶାସକ ମେଣ୍ଟର ୩୮ଜଣ ବିଧାୟକଙ୍କୁ ହାଇଦ୍ରାବାଦ ନିଆଯାଇଛି। ସେଠାରେ ପହଞ୍ଚିବା ପରେ ବିଧାୟକମାନେ ବିଳାସପୂର୍ଣ୍ଣ ବସ୍‌ ଯୋଗେ ସହର ଉପକଣ୍ଠ ସାମିରପେଟସ୍ଥିତ ‘ଲିଓନିଆ ହୋଲିଷ୍ଟିକ୍‌ ଡେଷ୍ଟିନେସନ୍‌’ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମ ମହଲାରେ ବିଧାୟକଙ୍କ ପାଇଁ ଅଲଗା ଅଲଗା ଖାଇବା ବ୍ୟବସ୍ଥା କରାଯାଇଛି।