ଝାଡ଼ଖଣ୍ଡରେ ଗୁଣିଗାରେଡ଼ି ସନ୍ଦେହରେ ୪ଜଣଙ୍କୁ ନିର୍ମମ ହତ୍ୟା

ରାଞ୍ଚି: ବିଜେପି ଶାସିତ ରାଜ୍ୟରେ ଭିଡ଼ ହିଂସା ଥମିବାର ନାମ ନେଉନାହିଁ। ଆଜି ପୁଣି ଝାଡ଼ଖଣ୍ଡରେ ଭିଡ଼ହିଂସାର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡରେ ଗୁଣି ଗାରେଡ଼ି ସନ୍ଦେହରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହା ଅବଶ୍ୟ ରାଜ୍ୟରେ ପ୍ରଥମ ଘଟଣା ନୁହେଁ। ଆଗରୁ ଏଭଳି ଘଟଣା ବହୁବାର ସାମ୍ନାକୁ ଆସିଛି।

photo-navjivanindia

ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ସିସଇ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଭୋର ୩ଟା ସମୟରେ ୧୦ରୁ ୧୨ଜଣ ଆକ୍ରମଣକାରୀ ପ୍ରଥମେ ଗୁଣି ଗାରେଡ଼ି ସନ୍ଦେହରେ ୪ଜଣଙ୍କୁ ଘରୁ ଟାଣି ଆଣି ଗାଁଠାରୁ ଦୂରକୁ ନେଇ ମାଡ଼ ମାରିଥିଲେ ଓ ପରେ ସେମାନଙ୍କ ଗଳା କାଟି ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଏକ ବୃଦ୍ଧା ଦମ୍ପତି ଓ ଅନ୍ୟ ଘରର ୨ବ୍ୟକ୍ତି ଅଛନ୍ତି ।

ଏମାନେ ହେଲେ ଚାପା ଭଗତ(୬୨), ତାଙ୍କ ସ୍ତ୍ରୀ ପୀରୀ ଦେବୀ (୬୦), ସୁନା ଉରାଂବ ଏବଂ ଫଗନୀ ଦେବୀ (୬୦)। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ପୋଷ୍ଟମର୍ଟମ ଲାଗି ପଠାଇଥିଲା। ଏହାପରେ ତଦନ୍ତ ଜାରି ରହିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର