ଏଣିକି ରକ୍ତଦାନ କଲେ ମିଳିବ ୪ଦିନ ଛୁଟି

ରାଞ୍ଚି: ରକ୍ତଦାତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଝାରଖଣ୍ଡ ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ରଘୁବର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି କି, ଯେଉଁ କର୍ମଚାରୀ ସ୍ୱଇଚ୍ଛା ଭାବେ ରକ୍ତଦାନ କରିବେ, ସେମାନଙ୍କୁ ଚାରଦିନ ପାଇଁ ଛୁଟି (ସିଏଲ) ମିଳିବ। ଏପରି ପଦକ୍ଷେପ ଦ୍ୱାରା ରକ୍ତଦାତାଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇପାରିବ।

ଏହି ଘୋଷଣା ରାଷ୍ଟ୍ରୀୟ ସ୍ୱଚ୍ଛିକ ରକ୍ତଦାନ ଦିବସ ଅକ୍ଟୋବର ଏକରୁ ଲାଗୁ କରାଯାଇଛି। ସୋମବାର ଜାରି କରାଯାଇଥିବା ଘୋଷଣାରେ କୁହାଯାଇଛି, ଝାରଖଣ୍ଡରେ ପ୍ରତିବର୍ଷ ୩,୫୦,୦୦୦ ୟୁନିଟ୍‌ ବ୍ଲଡ୍‌ ଆବଶ୍ୟକ ହୋଇଥାଏ। ଏପରି କ୍ଷେତ୍ରରେ ରାଜ୍ୟରେ କେବଳ ୧,୯୦,୦୦୦ ୟୁନିଟ ବ୍ଲଡ୍‌ ହିଁ ଏକାଠି ହୋଇଥାଏ।

ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସରକାରୀ କର୍ମଚାରୀଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବା ପାଇଁ ଓ୍ଵାର୍କିଂ ଡେ ମାନଙ୍କରେ ରକ୍ତଦାନ କଲେ ଚାରିଦିନ ପାଇଁ ଆକସ୍ମିକ ଛୁଟି ମଞ୍ଜୁରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରେଡକ୍ରସ୍‌ ମୁତାବକ ସୋମବାର ଆୟୋଜିତ ରକ୍ତଦାନ ଶିବିରରେ ୭୭୫ ୟୁନିଟ ରକ୍ତ ଏକାଠି ହୋଇଥିଲା।

ସମ୍ବନ୍ଧିତ ଖବର