ଝାଡ଼ଖଣ୍ଡ ରାଜ୍ୟପାଳ ରୂପେ ଦ୍ରୌପଦୀ ମୁର୍ମୁଙ୍କ ପାଞ୍ଚ ବର୍ଷ ପୂରିଲା

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଜ୍ୟପାଳ ରୂପେ ଦ୍ରୌପଦୀ ମୁର୍ମୁଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ହୋଇଛି। ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ୨୦୧୫ ମେ’ ୧୮ ତାରିଖରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରୁ କୌଣସି ପ୍ରକାର ବିଜ୍ଞପ୍ତି ଜାରି କରାଯାଇ ନ ଥିବାରୁ ସେ ଏହି ପଦରେ ରହିବେ ବୋଲି ଆଶା କରାଯାଉଛି।

୨୦୦୦ ମସିହା ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ହେବା ପରଠାରୁ ୨୦୧୫ ମେ’ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ୮ ଜଣ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ ମଧ୍ୟ କେହି ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରି ନଥିଲେ।

ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ ପାଞ୍ଚ ବର୍ଷ ପୂରଣ କରିବାରେ ସଫଳ ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର