ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କୋଭିଡ୍‌-୧୯ ପଜିଟିଭ୍‌; ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି

ରାଞ୍ଚି: ଶନିବାର ଦିନ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ରାଜଭବନରେ ଜଣେ ଡାକ୍ତର କହିଛନ୍ତି।
ସେ କହିଛନ୍ତି, ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ବେଳେ ନମୁନା ପଜିଟିଭ୍‌ ଆସିବା ପରେ ରାଜ୍ୟପାଳ କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲେ। ତାଙ୍କୁ ରାଞ୍ଚିର ‘ଭଗବାନ ମହାବୀର ମେଡିକା ସୁପର୍‌ସ୍ପେସାଲିଟି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ଡାକ୍ତର ବିଜୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

Image Courtesy of The Telegraph Online

ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ଉଦ୍‌ବିଗ୍ନ ହେବାର କୌଣସି କଥା ନାହିଁ। ସେ ଭଲ ଅଛନ୍ତି ଏବଂ ତାଙ୍କ ଶରୀରରେ ସାମାନ୍ୟ କୋଭିଡ୍‌-୧୯ର ସଂକ୍ରମଣ ହୋଇଛି। ଦୁଇଦିନ ପାଇଁ ତାଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯିବ ବୋଲି ହସ୍ପିଟାଲ୍‌ର ଜଣେ ମେଡିକାଲ୍‌ ପ୍ରାକ୍ଟିସନର୍‌ କହିଛନ୍ତି। ଦୁଇଦିନ ପାଇଁ ତାଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯିବ ବୋଲି ହସ୍ପିଟାଲ୍‌ର ଜଣେ ମେଡିକାଲ୍‌ ପ୍ରାକ୍ଟିସନର୍‌ କହିଛନ୍ତି।

ଏପ୍ରିଲ୍‌ ୯ କି, ୧୦ ତାରିଖ ଦିନ ମୁର୍ମୁ ଜଣେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଥିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର