ନୂଆଦିଲ୍ଲୀ: ୨୧ବର୍ଷୀୟ ପ୍ରେମିକ ସହ ୪୫ବର୍ଷୀୟ ପତ୍ନୀଙ୍କ ବିବାହ କରାଇଲେ ସ୍ବାମୀ।ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୪୫ ବର୍ଷୀୟ ମହିଳା ତାଙ୍କ ପ୍ରଥମ ସ୍ୱାମୀଙ୍କ ଉପସ୍ଥିତିରେ ତାଙ୍କର ୨୧ ବର୍ଷୀୟ ପ୍ରେମିକଙ୍କୁ ବିବାହ କରିଛନ୍ତି। ହିରଣପୁର ଥାନା ଅନ୍ତର୍ଗତ ଘଘରଜାନି ଗାଁରେ ଅନୁଷ୍ଠିତ ଏହି ଅସାଧାରଣ ବିବାହ ଉତ୍ସବର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ସୂଚନା ମୁତାବକ, ଦୁଇ ପିଲାଙ୍କ ମା’ ଥିବା ଏହି ମହିଳାଜଣକ ବହୁ ବର୍ଷ ଧରି ୨୧ବର୍ଷୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ସମସ୍ତେ ଜାଣିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହେଲା। ସମାଧାନ ପାଇଁ କଥାଟି ପଞ୍ଚାୟତକୁ ଯାଇଥିଲା। ପଞ୍ଚାୟତ ବୈଠକ ସମୟରେ, ପ୍ରଥମ ସ୍ୱାମୀ ସାମାଜିକ ପ୍ରଥା ଅନୁଯାୟୀ ସର୍ବସାଧାରଣରେ ମହିଳାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିଲେ ଏବଂ ତାଙ୍କ ଚୁଡ଼ି କାଢ଼ି ଦେଇଥିଲେ। ତା’ପରେ ସେ ତାଙ୍କ ପିଲାମାନଙ୍କ ଉପସ୍ଥିତିରେ ସେହି ମଞ୍ଚରେ ନିଜ ପତ୍ନୀଙ୍କ ବିବାହ ୨୧ବର୍ଷୀୟ ପ୍ରେମିକଙ୍କ ସହ କରାଇଥିଲେ।
ଘଟଣା ସମ୍ପର୍କରେ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ସରକାରୀ ବିବୃତି ଦିଆଯାଇ ନାହିଁ। ପଞ୍ଚାୟତର ତତ୍ତ୍ୱାବଧାନରେ ପାରସ୍ପରିକ ସହମତିରେ ଏହି ମାମଲା ସମାଧାନ ହୋଇଥିବା ଗ୍ରାମବାସୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/21/tfwfw-2025-06-21-16-18-57.jpg)