ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଅଭିଯାନ ଓ ଖୋଲାରେ ଶୌଚ ମୁକ୍ତ (ଓଡିଏଫ) ଜିଲ୍ଲା ଭାବେ ଝାଡଖଣ୍ଡକୁ ଘୋଷଣା କରାଯାଇଥିଲା। ତେବେ ଝାଡଖଣ୍ଡର କୋଡରାମାରେ ୧୨ବର୍ଷୀୟ ନାବାଳିକା ଖୋଲା ଶୌଚ ହେବାକୁ ଯାଇଥିବା ସମୟରେ କୁକୁର କାମୁଡ଼ାରେ ତାର ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2018/01/652451-straydogspixabay-300x171.jpg)
ସୂଚନାଯୋଗ୍ୟ, କୋଡରାମା ଜିଲ୍ଲାର ଭଗବତିଡିହ ଗ୍ରାମରେ ରବିବାର ରାତିରେ ଅର୍ପିତା (ଛଦ୍ମନାମ) ଶୌଚ ହେବାକୁ ଯାଇଥିଲା। ଏହି ସମୟରେ କେତେଟି କୁକୁର କାମୁଡା କାମୁଡ଼ି ହୋଇ ଅର୍ପିତା ଆଡକୁ ମାଡି ଆସିଲେ। ଅର୍ପିତା ଭୟରେ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲା। କୁକୁର ଦାଉରୁ ନିଜକୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲା। କିନ୍ତୁ କୁକୁର ଅର୍ପିତା ଉପରେ ଆକ୍ରମଣ କରି ତାକୁ ରାମ୍ପୁଡି କାମୁଡି ପକାଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ଥିବା ଲୋକମାନେ ଅର୍ପିତାଙ୍କ ପରିବାରଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2018/01/46449510-300x263.jpg)
ତେବେ ଏହି ଘଟଣାକୁ ନେଇ ସମାଲୋଚନା ଆରମ୍ଭ ହୋଇଗଲାଣି । କାରଣ ନିକଟରେ ଝାଡଖଣ୍ଡ ସମେତ ତିନିଟି ଜିଲ୍ଲାକୁ ଖୋଲାରେ ଶୌଚ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ କହିବାନୁସାରେ, ଏବେ ବି କେତେକ ଗ୍ରାମରେ ଶୌଚାଳୟ ନାହିଁ । ଫଳରେ ଝିଅ, ବୋହୂମାନଙ୍କୁ ରାତି ଅଧରେ ବି ବାହାରକୁ ଶୌଚ ହେବାକୁ ଯିବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/8.jpg)