ଝାଡଖଣ୍ଡ: ଝାଡଖଣ୍ଡର ରାମଗଡ଼ ଜିଲ୍ଲାରେ ପୁଲିସ ଗତ ମଙ୍ଗଳବାର ୫ଜଣ ନକ୍ସଲଙ୍କୁ ଗିରଫ କରିଛି। ଗିରଫ ନକ୍ସଲ ପିଏଲଏଫ୍‌ଆଇର ସଦସ୍ୟ ଥିବା ଜଣାପଡ଼ିଛି। ତେବେ ପୁଲିସ ୫ ନକ୍ସଲଙ୍କୁ ଗିରଫ କରିବା ପରେ ସେମାନଙ୍କଠାରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସମେତ ଦୁଇଟି ଦେଶୀ ବନ୍ଧୁକ ଓ ମୋବାଇଲ୍‌ ଜବତ କରିଛି। ଗିରଫ ହୋଇଥିବା ଏହି ୫ ନକ୍ସଲଙ୍କ ମଧ୍ୟରୁ ଅଛନ୍ତି ରାଞ୍ଚିର ଉଦୟ ରାମ, ପରମେଶ୍ୱର ମୃର୍ମୁ ଓରଫ ନେତା, ବିରସା ମୁଣ୍ଡା, ରାମ ମୃର୍ମୁ ଓରଫ ହିରୋ ଓ କୁଣ୍ଡା ସିଂହ। ଗିରଫ ନକ୍ସଲ ରାଞ୍ଚିର ବୋକାରୋରେ ବସବାସ କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ।

Advertisment

publive-image

ରାମଗଢ଼ର ପୁଲିସ ଅଧୀକ୍ଷକ ନିଧି ଦ୍ୱିବେଦୀଙ୍କ କହିବାନୁସାରେ, ବିଶେଷ ସୂତ୍ରରୁ ଖବର ମିଳିବା ପରେ ଝାଡଖଣ୍ଡର ରାମଗଡ଼ ଜିଲ୍ଲା ପୁଲିସ ଗତକାଲି ଆକସ୍ମିକ ଚଢ଼ାଉ କରି ପ୍ରତିବନ୍ଧ ନକ୍ସଲ ସଙ୍ଗଠନ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫ୍‌ଆଇ)ର ୫ଜଣ ସକ୍ରିୟ ସଦସ୍ୟ ଉଦୟ, ପରମେଶ୍ୱର, ବିରସା, ରାମ ଓ କୁଣ୍ଡାକୁ ଗିରଫ କରିଥିଲା।