ସିଂହଭୁମ୍(ଝାର୍ଖଣ୍ଡ) : ଝାର୍ଖଣ୍ଡର ସିଂହଭୁମ୍ ଜିଲ୍ଲାରେ ସିଆର୍ପିଏଫ୍ ଯବାନମାନେ କରିଥିବା କାମକୁ ନେଇ ଲୋକମାନେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଜଣେ ନକ୍ସଲି ମହିଳାଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇବା ଖବର ପ୍ରସାର ହେବା ପରେ ଲୋକମାନେ ୩ଜଣ ସିଆର୍ପିଏଫ୍ ଯବାନଙ୍କ କାମକୁ ଚର୍ଚ୍ଚା କରିବାରେ ଲାଗି ପଡ଼ିଛନ୍ତିି ।
ସୂଚନା ମୁତାବକ,୨୪ଜଣ ନକ୍ସଲମାନେ ଏକତ୍ରିତ ହୋଇ ଏକ ବଡ଼ ଧରଣର ଆକ୍ରମଣ କରିବାର ଯୋଜନା କରୁଥିବା ଖବର ପୁଲିସକୁ ମିଳିଥିଲା । ଯାହା ପରେ ୧୭୪ଜଣ ସିଆର୍ପିଏଫ୍ ଯବାନ ଏବଂ ୬୦ଜଣ ପୁଲିସକର୍ମୀଙ୍କ ଟିମ୍ ଅତିରିକ୍ତ ପୁଲିସ ଅଧ୍ୟୀକ୍ଷକ ମନୀଷ ରମଣଙ୍କ ନେତୃତ୍ୱରେ ନକ୍ସଲମାନଙ୍କୁ ଘେରିବା ସହ ଆତ୍ମସମର୍ପଣ କରିବାକୁ କହିଥିଲେ । କିନ୍ତୁ ନକ୍ସଲମାନେ ଆତ୍ମସମର୍ପଣ କରିବା ଅପେକ୍ଷା ପୁଲିସ ଉପରକୁ ଗୁଳିଚାଳନା କରିଥିଲେ । ଦୁଇ ପକ୍ଷ ମଧ୍ୟରେ ଗୁଳି ଚାଳନା ଚାଲୁଥିବା ବେଳେ ଜଣେ ନକ୍ସଲି ମହିଳାଙ୍କ ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇ ଯାଇଥିଲେ ।
EPITOME OF BENEVOLENCE: CT Rajkamal of CRPF donated blood to save the life of a Naxal who suffered grievous injuries during the encounter which took place when the Naxals attacked a team of 209 CoBRA. Rajkamal said that he considered his duty to help a fellow Indian in need. pic.twitter.com/VNnIi8Qpub
— ??CRPF?? (@crpfindia) February 5, 2019
ପୁଲିସ ଆକ୍ରମଣକୁ ଡ଼ରି ନକ୍ସଲମାନେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ ମଧ୍ୟ ଗୁଳି ବାଜିଥିବା ମହିଳା ଖସି ଯାଇ ପାରି ନଥିଲେ । ପୁଲିସ ପ୍ରଥମେ ସୋନୁଆରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଇ ପରେ ଚାଇବାସାକୁ ପଠାଇଥିଲା । କିନ୍ତୁ ନକ୍ସଲି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଏଏସ୍ଆଇ ପଙ୍କଜ ଶର୍ମା,ହେଡ୍ କନେଷ୍ଟବଳ,ବିଚିତ୍ର କୁମାର ଏବଂ କନେଷ୍ଟବଳ ବୀରବାହାଦୂର ଯାଦବ ମହିଳାଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।