ରାଞ୍ଚି/ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଆଇଟିଇଆର କଲେଜରେ  ଝାଡଖଣ୍ଡ ଛାତ୍ର ଅଭିଷେକ ରବିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଉପଯୁକ୍ତ ଯାଞ୍ଚ୍ ପାଇଁ ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହିମନ୍ତ ସୋରେନ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ୍ସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏନେଇ ଅନୁରୋଧ କରିଛନ୍ତି।

Advertisment

 ସେ ଟୁଇଟ୍ କରି କହିଛନ୍ତି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ମୁଁ ଅନୁରୋଧ କରୁଛି ଦୟାକରି ଓଡ଼ିଶାର ଆଇଟିଇଆର କଲେଜରେ ରାଞ୍ଚିର ପୁଅ ଅଭିଷେକ ରବିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରନ୍ତୁ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

 ଭଗବାନ  ଅଭିଷେକଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏହି କଷ୍ଟଦାୟକ ସମୟରେ ସହିବାର ଶକ୍ତି ଦିଅନ୍ତୁ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୧୩ରେ ଆଇଟିଇଆର  କଲେଜ କ୍ୟାମ୍ପସରୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିଥିଲା।   ଛାତ୍ର ଜଣକ ବିଟେକରେ ଆଡମିଶନ ନେଇଥିଲେ ।