ମୁମ୍ବାଇ:ବମ୍ବେ ହାଇକୋର୍ଟ ଦିବଙ୍ଗତ ଅଭିନେତ୍ରୀ ଜିୟା ଖାନ୍ଙ୍କ ମାଆ ରାବିୟାଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ପିଟିସନ୍କୁ ଖାରଜ କରି ଦେଇଥିବା ଜଣାଯାଇଛି। ରାବିୟା ସେଥିରେ ନିଜର ଝିଅ ଓ ଅଭିଯୁକ୍ତ ଅଭିନେତା ତଥା ବୟଫ୍ରେଣ୍ଡ ସୂରଜ ପାଞ୍ଚୋଲିଙ୍କ ମଧ୍ୟରେ ବ୍ଲାକ୍ବେରି ମେସେଞ୍ଜରରେ ହୋଇଥିବା ମେସେଜ ପୁଣି ଥରେ ପ୍ରାପ୍ତ କରିବାକୁ ଅନୁରୋଧ କରିଥିଲେ। ସୂରଜ ଝିଅ ଜିୟାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇ ଥିଲେ ବୋଲି ଅଭିଯୋଗ ରହିଛି। କିନ୍ତୁ ରାବିୟାଙ୍କର ଏହି ଆବେଦନକୁ ଗ୍ରହଣ କରିପାରିନାହାନ୍ତି ବମ୍ବେ ହାଇକୋର୍ଟ। ଏହି ପିିସନକୁ ଗତକାଲି ଖାରଜ କରାଯାଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2018/12/bombay-high-court-ndtv.jpg)
ବିଚାରପତି ମୃଦୁଳା ଭାଟକର ଏହି ପିଟିସନ୍ ସଂପର୍କରେ କହିଛନ୍ତି ଯେ ପିଟିସନ୍ରେ କରାଯାଇଥିବା ଅନୁରୋଧ ଆଇନ ଅନୁଯାୟୀ ସମ୍ଭବ ନୁହେଁ। ଏହା ପୂର୍ବରୁ ସିବିଆଇ ଜିୟା ଖାନ୍ ଓ ସୂରଜ ପାଞ୍ଚୋଲିଙ୍କ ମୋବାଇଲ୍ ଫୋନ୍କୁ ଫୋରେନସିକ୍ ପରୀକ୍ଷାଗାରକୁ ପଠାଇଥିଲେ,ଯେଉଁଠାରେ ବିଶେଷଜ୍ଞମାନେ ମତ ଦେଇଥିଲେ ଯେ ଉଭୟଙ୍କ ମଧ୍ୟରେ ହୋଇଥିବା ମେସେଜ୍ ଦିଆନିଆକୁ ପୁଣି ଥରେ ହାସଲ କରି ହେବ ନାହିଁ। ଜିୟା ଖାନ୍ ୨୦୧୩ ମସିହା ଜୁନ୍ ୩ ତାରିଖରେ ନିଜ ଘରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/jiah-khan-mother.jpeg)