ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସାଢ଼େ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ବିହାରର ପୂର୍ବତନ ମୁଖ୍ୟନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଏବେ ରାଞ୍ଚି ସ୍ଥିତ ବିର୍ଶର୍ା ମୁଣ୍ଡା କେନ୍ଦ୍ରୀୟ ଜେଲ୍ରେ କଏଦୀ ସାଜିଛନ୍ତି। ତେବେ ସେଠାରେ ବନ୍ଦୀ ଜୀବନ କାଟିବା ପାଇଁ ଲାଲୁଙ୍କୁ ଜେଲ୍ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଗାଇଥିବା ଜଣାଯାଇଛି। ଜେଲ୍ ପରିସରରେ ସେ ଦୈନିକ ୯୩ ଟଙ୍କା ପାରିଶ୍ରମିକରେ ଜଣେ ମାଳି ପରି ବଗିଚା କାମ କରିବେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ଏହି ଅବସରରେ ଲାଲୁ ଟ୍ଵିଟ୍ କରି ତାଙ୍କ ଚିନ୍ତାଧାରା ଓ ମିଳିଥିବା ଦଣ୍ଡାଦେଶ ସମ୍ପର୍କରେ ନିଜର ସମର୍ଥକମାନଙ୍କୁ ନିଜର ପ୍ରତିକ୍ରିୟା ଜଣାଇଛନ୍ତି। ଟ୍ଵିଟରରେ ହିନ୍ଦୀ ଭାଷାରେ ଛାଡ଼ିଥିବା ଏହି ଖୋଲା ଚିଠିରେ ସେ ଲେଖିଛନ୍ତି ଯେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ତାଙ୍କୁ ମିଳିଥିବା ଦଣ୍ଡାଦେଶ ପାଇଁ ସେ ଆଦୌ ବିଚଳିତ କି ଭୟଭୀତ ନୁହେଁ। ତେବେ କୌଣସି ପରିସ୍ଥିତିରେ ବି ଧର୍ମନିରପେକ୍ଷତା ଏବଂ ଦଳିତ ଓ ପଛୁଆବର୍ଗଙ୍କ ଅଧିକାର ପ୍ରତି ତାଙ୍କର ରହିଥିବା ରାଜନୈତିକ ବିଚାରଧାରା ସହ ସେ ସାଲିସ କରିବେ ନାହିଁ। ସେହିପରି ବିଜେପି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ତଥାକଥିତ ମନୁବାଦୀଙ୍କୁ ତୀବ୍ର ଆକ୍ଷେପ କରିଛନ୍ତି। ଅନ୍ୟ ଏକ ଟ୍ଵିଟ୍ରରେ ବିଜେପି କଳାଯାଦୁ ଏବଂ ଗୁଣିଗାରେଡ଼ିରେ ବିଶ୍ୱାସ କରୁଛି ବୋଲି ଲାଲୁ ଅଭିଯୋଗ ଆଣିଛନ୍ତି। ଶେଷରେ ସାମାଜିକ ନ୍ୟାୟ, ସଂହତି ଏବଂ ସମାନତାରେ ନିଜକୁ ଆନନ୍ଦର ସହ ସାମିଲ କରି ସେ ଶାନ୍ତିରେ ଶେଷ ନିଃଶ୍ୱାସ ନେବାକୁ ଚାହାନ୍ତି ବୋଲି ସେ ଟ୍ଵିଟ୍ କରିଛନ୍ତି।
ଦିନକୁ ୯୩ ଟଙ୍କାରେ କରିବେ ମାଳି କାମ
/sambad/media/post_attachments/wp-content/uploads/2017/12/lalu-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)