‘ଚୁକ୍ତି ଭାଙ୍ଗିଲେ ବିଶ୍ବାସ ଭାଙ୍ଗେ’ ଢାକାରେ ଚୀନକୁ ଜୟଶଙ୍କରଙ୍କ ଟାର୍ଗେଟ୍

ଢାକା : ବାଂଲାଦେଶ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନକୁ ଟାର୍ଗେଟ କରିଛନ୍ତି ।  ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଦେଶଗୁଡ଼ିକ ଚୁକ୍ତିକୁ ଉଲ୍ଲଂଘନ କରନ୍ତି, ସେତେବେଳେ ପାରସ୍ପରିକ ବିଶ୍ୱାସର ବଡ଼ ଧରଣର କ୍ଷତି ହୋଇଥାଏ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର କହିଛନ୍ତି ଯେ ଯେତେବେଳେ ରାଷ୍ଟ୍ରମାନେ ଆଇନଗତ ଦାୟିତ୍ୱକୁ ଅବମାନନା କରନ୍ତି କିମ୍ବା ଦୀର୍ଘଦିନର ଚୁକ୍ତିକୁ ଉଲ୍ଲଂଘନ କରନ୍ତି ସେତେବେଳେ ବିଶ୍ୱାସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୁଏ । ବାଂଲାଦେଶର ରାଜଧାନୀରେ ଷଷ୍ଠ ଭାରତ ମହାସାଗର ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମହାସାଗର ଅଞ୍ଚଳର ଦେଶମାନଙ୍କ ଏକ ସାଧାରଣ ଚିନ୍ତା ହେଉଛି ଯେ ଅଦରକାରୀ ପ୍ରକଳ୍ପଗୁଡ଼ିକ ପାଇଁ ଆସୁଥିବା ଋଣ ।

ଚୀନ  କ୍ରମାଗତ ଭାବେ ଭାରତକୁ ଧୋକା ଦେଉଛି। ସ୍ୱାଧୀନତା ପରେ ୧୯୬୨ ରେ ଏବଂ ବର୍ତ୍ତମାନ ଗଲୱାନରେ । ଚୁକ୍ତିକୁ ନେଇ ଚୀନ୍ କେବେ ସଚ୍ଚୋଟ ନୁହେଁ। ଏହି କାରଣରୁ ଭାରତ ସବୁବେଳେ ଚୀନକୁ ଦର୍ପଣ ଦେଖାଉଛି ।

ଭାରତ ମହାସାଗର ସମ୍ମିଳନୀର ଷଷ୍ଠ ସଂସ୍କରଣରେ ଯୋଗଦେବା ପାଇଁ ଜୟଶଙ୍କର ଢାକାରେ ଅଛନ୍ତି। ମରିସସ୍ ରାଷ୍ଟ୍ରପତି ପୃଥ୍ୱୀରାଜ ସିଂହ ରୂପାନ, ମାଳଦ୍ୱୀପର ଉପରାଷ୍ଟ୍ରପତି ଫୈଜଲ ନାସିମ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଙ୍କ ସମେତ ଆଉ କିଛି ଦେଶର ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

ସମ୍ବନ୍ଧିତ ଖବର