ନୂଆଦିଲ୍ଲୀ : ପଟିଦାର ନେତା ହାର୍ଦ୍ଦିକ ପଟେଲ ଏବଂ ଦଳିତ ନେତା ଜିଗ୍ନେଶ ମେଓ୍ଵାନୀ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ମୁମ୍ବାଇରେ ମିଳିତ ଭାବେ ଏକ ର୍ୟାଲି ତଥା ଜନ ସମାବେଶର ପରିଚାଳନା କରିବେ। ବିଜେପି ସରକାର ବିରୋଧରେ ଦୁଇନେତା ସେମାନଙ୍କ ଆକ୍ରମଣ ବଜାୟ ରଖି ଜନ ସମାବେଶର ଆୟୋଜନ କରୁଥିବା ଘୋଷଣା କରିଛନ୍ତି। ତେବେ ଉକ୍ତ ଜନ ସମାବେଶରେ ଦୁଇ ବିରୋଧୀ ଦଳର ନେତା ତଥା ଏନ୍ସିପି (ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି) ମୁଖ୍ୟ ଶରଦ ପାଓ୍ଵାର ଏବଂ ବାମଦଳ ନେତା ସୀତାରାମ ୟେଚୁରି ଅଂଶଗ୍ରହଣ କରୁଥିବାରୁ ଏହାର ମାତ୍ରାଧିକ ରାଜନୈତିକ ଗୁରୁତ୍ୱ ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଉକ୍ତ ର୍ୟାଲି ଲାଗି ମୁମ୍ବାଇ ପୁଲିସ ଅନୁମତି ଦେବନାହିଁ ବୋଲି ଆଶଙ୍କା କରାଯାଉଛି। ଉଲ୍ଲେଖଯୋଗ୍ୟ ଗତ ଜାନୁଆରୀ ୧ ତାରିଖରେ ହୋଇଥିବା ଭୀମା କୋରେଗାଓଁ ହିଂସାକାଣ୍ଡ ଘଟଣାକୁ ନେଇ ବିବାଦ ଘେରକୁ ଆସିଥିବା ଜିଗ୍ନେଶଙ୍କୁ ଗତ ଜାନୁଆରୀ ୪ ତାରିଖରେ ମୁମ୍ବାଇରେ ଜେଏନ୍ୟୁ ନେତା ଉମର ଖଲିଦଙ୍କ ସହ ଏକ କାର୍ଯ୍ୟକ୍ରମ ଲାଗି ମଧ୍ୟ ଅନୁମତି ମିଳିନଥିଲା। କିନ୍ତୁ ଏହାପରେ ଦଳିତ ନେତା ଜିଗ୍ନେଶ ଦିଲ୍ଲୀରେ ବିନା ପୁଲିସ ଅନୁମତିରେ ‘ୟୁବ ହୁଙ୍କାର ର୍ୟାଲି’ର ପରିଚାଳନା କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।
ଜାନୁଆରୀ ୨୬ରେ ମୁମ୍ବାଇରେ ର୍ୟାଲି କରିବେ ଜିଗ୍ନେଶ, ହାର୍ଦ୍ଦିକ
/sambad/media/post_attachments/wp-content/uploads/2018/01/hardik-jignesh-759-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)