ଜୟପୁର: ରାଜସ୍ଥାନର ଜୟପୁରରେ ଏବେ ଜିକା ଭାଇରସ୍ ଆତଙ୍କ ଦେଖାଦେଇଛି। ଏଠାରେ ୨୯ ଜଣ ଜିକାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ଏଭଳି ରିପୋର୍ଟ ଆସିଛି ଏବଂ ଏହାକୁ ନେଇ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ଏ ନେଇ ଭୟ ନକରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ମିଳିଥିବା ଖବର ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ଗୃହ ମନ୍ତ୍ରାଳୟଠାରୁ ଏ ବାବଦରେ ବିସ୍ତୃତ ରିପୋର୍ଟ ଲୋଡ଼ିଛି। ଜୟପୁରରେ ଏବେ ଏକ ୭ ଜଣିଆ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ ଦଳ ସ୍ଥିତି ଯାଞ୍ଚ କରୁଛି। ସ୍ଥିତିର ନିୟମିତ ଯାଞ୍ଚ ପାଇଁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରେ ଏକ କେଣ୍ଟ୍ରାଲ ରୁମ୍ ଖୋଲାଯାଇଛି। େଯଉଁମାନେ ଜିକା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସ୍ପିଟାଲ୍ର ଏକ ପୃଥକ୍ ୱାର୍ଡେର ରଖାଯାଇଛି। ଜୟପୁରର ଶାସ୍ତ୍ରୀ ନଗର ଅଞ୍ଚଳରେ ମେଡିକାଲ ଟିମ୍ ମୁତୟନ ହୋଇଛି। ଏଠାେର ସବୁଠୁ ଅଧିକ ଜିକା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ୬ଟି ୱାର୍ଡରେ ସମୁଦାୟ ୧୭୯ଟି ଡାକ୍ତରୀ ଦଳ ମୁତୟନ କରାଯାଇଛି। ରୋଗ ନିୟନ୍ତ୍ରଣ ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି ବୋଲି ରାଜସ୍ଥାନର ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ବିନୁ ଗୁପ୍ତା କହିଛନ୍ତି। ସମୁଦାୟ ୨୬,୦୦୦ ପରିବାରକୁ ଏବେ ଯାଞ୍ଚ୍ ଅଧୀନରେ ରଖାଯାଇଛି।
ଜୟପୁର ବାଦ୍ ବିହାରର ୩୮ଟି ଜିଲ୍ଲାରେ ବି ହାଇ ଆଲର୍ଟ ଜାରି େହାଇଛି। କାରଣ ଜୟପୁରରେ ଜିକାରେ ପୀଡ଼ିତ ଥିବା ଜଣେ ଛାତ୍ର ବିହାର ସ୍ଥିତ ତାଙ୍କ ବାସଭବନକୁ ଗତ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଯାଇଥିବାରୁ େସଠାରେ ହାଇ ଆଲର୍ଟ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଭାରତରେ ୨୦୧୭ ଜାନୁଅାରି ଏବଂ ଫେବ୍ରୁଆରି ମାସରେ ପ୍ରଥମ ଜିକା ଭାଇରସ୍ ଚିହ୍ନଟ ହୋଇଥିଲା ଏବଂ ଏହାପରେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲାରେ ଦ୍ବିତୀୟ ଜିକା ଭାଇରସ୍ ଚହ୍ନଟ ହୋଇଥିଲା।
ଜୟପୁରରେ ଜିକା ଆତଙ୍କ
O୨୯ ଆକ୍ରାନ୍ତ, ବିହାରରେ ହାଇ ଆଲର୍ଟ O ପ୍ରଧାନମନ୍ତ୍ରୀ ମାଗିଲେ ରିପୋର୍ଟ
/sambad/media/post_attachments/wp-content/uploads/2018/10/zika-jaipur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)