ୱାସିଂଟନ: ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ କରୋନା ସଂକ୍ରମିତ ହୋଇଛନ୍ତି। କରୋନାର ଲକ୍ଷଣ ଦେଖାଦେବାରୁ ଜିଲ୍‌ ବାଇଡେନ୍‌ ଟେଷ୍ଟ୍‌ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ପତ୍ନୀ କରୋନା ସଂକ୍ରମିତ ହେବାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ କରୋନା ଟେଷ୍ଟ୍‌ କଲେ। କିନ୍ତୁ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଟେଷ୍ଟ ରିପୋର୍ଟ ନେ‌ଗେଟିଭ୍‌ ଅଛି। ହ୍ବାଇଟ ହାଉସ୍‌ ପ୍ରେସ ସଚିବ କହିଛନ୍ତି, ରାଷ୍ଟ୍ରପତିଙ୍କର ଲଗାତାର କରୋନା ଟେଷ୍ଟ୍‌ କରାଯିବ ଏବଂ ତାଙ୍କ ଲକ୍ଷଣକୁ ଭଲଭାବେ ଅନୁଧ୍ୟାନ କରାଯିବ। ତେବେ ଜୋ ବାଇଡେନ୍‌ଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ ଆସିଥିବାରୁ ସେ ଜି-୨୦ ସମ୍ମିଳନୀରେ ଯୋଗ ଦେବାର କୌଣସି ଅସୁବିଧା ନାହିଁ। ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ବାଇଡେନ୍‌ ଆସନ୍ତା ୭ ତାରିଖରୁ ଭାରତ ଗସ୍ତ କରିବେ। ୮ ତାରିଖରେ ମୋଦୀ ଏବଂ ବାଇଡେନ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା ଅଛି। ୯ ଏବଂ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଅଛି।