ପ୍ରେମିକାକୁ ଧୋକା ଦେବା କୌଣସି ଅପରାଧ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମିକାକୁ ଧୋକା ଦେବା କୌଣସି ଅପରାଧ ନୁହେଁ | କିଛି ଏଭଳି କହି ଜଣେ ଦୁଷ୍କର୍ମ ଅଭିଯୋଗ ଥିବା ଅଭିଯୁକ୍ତକୁ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଶାରୀରିକ ସମ୍ପର୍କ ପରେ ପ୍ରେମିକାକୁ ଧୋକା ଦେବା ଯେତେ ଖରାପ ଲାଗିଲେ ବି ଏହା କୌଣସି ଅପରାଧ ନୁହେଁ | ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଛାଡ କରିବାକୁ କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି |

oneindia.com

ଏହି ଅଭିଯୁକ୍ତଙ୍କ ବିରୋଧରେ ଜଣେ ଯୁବତୀ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ | କୋର୍ଟ କହିଛନ୍ତି ଯେ ପ୍ରେମିକାକୁ ଧୋକା ଦେବା ଘଟଣା କିଛି ଲୋକଙ୍କୁ ଖରାପ ଲାଗିପାରେ କିନ୍ତୁ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ନୁହେଁ | ଦୁଇ ଜଣ ପ୍ରାପ୍ତବୟସ୍କ ପରସ୍ପର ସହମତିରେ ହିଁ ସମ୍ପର୍କ ରଖନ୍ତି | ଯାହାକି ଅପରାଧ ନୁହେଁ | ଯଦି ମହିଳାଙ୍କ ସହମତି ନଥାଇ ସମ୍ପର୍କ ରଖାଯାଇଥାଏ ତେବେ ଏହା ଅପରାଧ |

କୋର୍ଟ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଥିଲା ଯେ ତାଙ୍କର ସହମତି ନଥିଲା | ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ରଖାଯାଇଥିଲା | ଅଦାଲତ କହିଛନ୍ତି ପ୍ରଥମ ଥର ଦୁଷ୍କର୍ମ ଅଭିଯୋଗର ତିନିମାସ ପରେ ଅଭିଯୁକ୍ତ ସହ ମହିଳା ଜଣକ ସ୍ବେଛାକୃତ ଭବେ ହୋଟେଲ ଯାଉଥିବାର ଦେଖାଯାଇଥିଲା | ତେଣୁ ଏହି ଅଭିଯୋଗ କୌଣସି ମହତ୍ୱ ରଖେନାହିଁ |

ସମ୍ବନ୍ଧିତ ଖବର