ଜିନ୍‌ପିଙ୍ଗ ପୁଣି ଚୀନ୍‌ ରାଷ୍ଟ୍ରପତି ନିର୍ବାଚିତ

ବେଜିଂ: ଜି ଜିନ୍‌ପିଙ୍ଗ ଆଜି ଚୀନ୍‌ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ଆଜୀବନ ରାଷ୍ଟ୍ରପତି ହେବା ନେଇ ଚୀନ୍‌ ସମ୍ବିଧାନରେ ଆସିଥିବା ନୂଆ ସଂଶୋଧନର ମାତ୍ର ସପ୍ତାହେ ନପୂରୁଣୁ ଆଜି ଜିନ୍‌ପିଙ୍ଗ୍‌ ଚୀନ୍‌ର ରବର ଷ୍ଟାମ୍ପ୍‌ ସଂସଦ ଦ୍ୱାରା ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏନ୍‌ପିସି (ନ୍ୟାସନାଲ ପିପୁଲ୍ସ କଂଗ୍ରେସ) ମଧ୍ୟ ୬୪ ବର୍ଷୀୟ ଜିନ୍‌ପିଙ୍ଗଙ୍କୁ ସେଣ୍ଟ୍ରାଲ ମିଲିଟାରି କମିସନ୍‌ର ମୁଖ୍ୟ ଭାବେ ମନୋନୀତ କରିଛି। ତାଙ୍କ ଘନିଷ୍ଠ ସହଯୋଗୀ ଓ୍ଵାଙ୍ଗ କିସାନ୍‌ ଆଜି ଚୀନ୍‌ର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟଜଣେ ସହଯୋଗୀ ଲି ଝାନ୍‌ସୁ ଆଜି ଏନ୍‌ପିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଜିନ୍‌ପିଙ୍ଗ୍‌ ଆଜି ଅନ୍ୟ ଅଧିକାରୀମାନଙ୍କ ସହ ସଂଶୋଧିତ ସମ୍ବିଧାନ ଅନୁସାରେ ଶପଥ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର