ବେଜିଂ: ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ। ଦେଶକୁ ସୁରକ୍ଷା ଦେବାପାଇଁ ମୃତ୍ୟୁକୁ ଭୟ କରନା। ଚୀନ୍ ସାମରିକ ବାହିନୀକୁ ଏଭଳି ପରାମର୍ଶ ଦେଇଛନ୍ତି ଚୀନ୍ ରାଷ୍ଟ୍ରପତି ଜିନ୍ ଜିନପିଙ୍ଗ୍। ଅପରପକ୍ଷେ, ଏସିଆରେ ଏବେ ଭୂ-ରାଜନୈତିକ ବିଶୃଙ୍ଖଳା ବୃଦ୍ଧି ପାଇଥିବାବେଳେ ଜିନପିଙ୍ଗ୍ଙ୍କ ଏଭଳି ବୟାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।
ଜିନ୍ପିଙ୍ଗ ଗତ ବୁଧବାର ଉତ୍ତର ହେବେଇ ପ୍ରଦେଶ ସ୍ଥିତ ପିପୁଲ୍ସ ଲିବରେସନ ଆର୍ମିର ସେଣ୍ଟ୍ରାଲ ଥିଏଟର କମାଣ୍ଡ୍ ଯାଞ୍ଚ୍ ଗସ୍ତରେ ଥିବା ସମୟରେ ଚୀନ୍ର ହଜାର ହଜାର ସୈନିକଙ୍କୁ ଉଦ୍ବୋଧନ ଦେଇଥିଲେ। ଚୀନ୍ ସୈନିକମାନେ କୌଣସି ପ୍ରକାର କଷ୍ଟ ଏବଂ ମୃତ୍ୟୁକୁ ଆଦୌ ଡରିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ। ସେହିପରି ହାଇଟେକ୍ ଉପାୟରେ ଯୁଦ୍ଧ ନିମନ୍ତେ ଗବେଷଣା ପାଇଁ ଏବଂ ବାସ୍ତବ ଯୁଦ୍ଧ ପ୍ରଶିକ୍ଷଣରେ ସାମିଲ ହେବାପାଇଁ ସେ ପିଏଲ୍ଏକୁ ଅନୁରୋଧ କରିଛନ୍ତି। ଏଥି ସହ ସବୁ ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଲା ଭଳି ଏକ ଶକ୍ତିଶାଳୀ ବାହିନୀ ସୃଷ୍ଟି କରିବାକୁ ସେ ଇଛା ପ୍ରକଟ କରିଥିବା କହିଛନ୍ତି।
ମୃତ୍ୟୁକୁ ନ ଡରିବାକୁ ଚୀନ୍ ସେନାକୁ ଜିନ୍ ପିଙ୍ଗ୍ଙ୍କ ପରାମର୍ଶ
/sambad/media/post_attachments/wp-content/uploads/2017/10/xi-jinping02-13-1509281956-267328-khaskhabar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)