ପାନାଜୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଏବଂ ଦେଶ ବିଭାଜନକୁ ନେଇ ଦେଇଥିବା ବୟାନ ଆଲୋଡ଼ନ ସୃଷ୍ଟି କରିଛି। ଦଲାଇଲାମା କହିଛନ୍ତି, ନେହରୁ ଜଣେ ସ୍ୱାର୍ଥକୈନ୍ଦ୍ରିକ ବ୍ୟକ୍ତି ଥିଲେ। ସେ ନିଜେ ହିଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଥିଲେ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମତକୁ ଗୁରୁତ୍ୱ ଦେଇ ନଥିଲେ। ମହମ୍ମଦ ଅଲ୍ଲୀ ଜିନ୍ନା ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଗାନ୍ଧୀ ଚାହୁଥିଲେ ମଧ୍ୟ ନେହରୁ ତାହା କରାଇ ଦେଇ ନଥିଲେ। କିନ୍ତୁ ଯଦି ସେ ସମୟରେ ଜିନ୍ନା ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଦେଶ ବିଭାଜନ ହୋଇ ନଥାନ୍ତା ବୋଲି ତିବ୍ଦତୀୟ ଧର୍ମଗୁରୁ ଦର୍ଶାଇଛନ୍ତି। ଗୋଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ କଲେଜ୍ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦଲାଇଲାମା ଆଜି ବିଦ୍ୟାର୍ଥୀମାନଙ୍କର ‘ଠିକ୍ ନିଷ୍ପତ୍ତି’ ଉପରେ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ପୂର୍ବର ସାମନ୍ତବାଦୀ ପ୍ରଥା ଅପେକ୍ଷା ଏବର ଗଣତାନ୍ତ୍ରିକ ବ୍ୟବସ୍ଥା ଖୁବ୍ ଭଲ ବୋଲି ଦଲାଇଲାମା କହିଛନ୍ତି। ସାମନ୍ତବାଦୀ ପ୍ରଥାରେ ଖୁବ୍ କମ୍ ଲୋକଙ୍କ ହାତରେ ନିଷ୍ପତ୍ତି ନେବାର କ୍ଷମତା ଥିଲା। ନେହରୁଙ୍କ ବ୍ୟବହାର ସ୍ୱାର୍ଥସର୍ବସ୍ୱ ଥିଲା ବୋଲି ମତଦେଇ ଦଲାଇଲାମା କହିଛନ୍ତି ଯେ ଏହା ସେତେବେଳେ ଦେଶ ହିତରେ ନଥିଲା।
‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ ଦେଶ ବିଭାଜନ ହୋଇନଥାନ୍ତା’
/sambad/media/post_attachments/wp-content/uploads/2018/08/dalai-lama.jpg)
/sambad/media/agency_attachments/2024-07-24t043029592z-sambad-original.webp)
