ନୂଆଦିଲ୍ଲୀ: ନିକଟରେ ପ୍ରଫେଟ୍ ମହମ୍ମଦଙ୍କ ମନ୍ତବ୍ୟ ପାଇଁ ବିଜେପି ଏହାର ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିଥିଲା। ସେମାନଙ୍କ ମଧ୍ୟରୁ ନୁପୁର ଶର୍ମା ଏବଂ ଜଣେ ନବୀନ କୁମାର ଜିନ୍ଦଲ ଥିଲେ। ବିଗତ କିଛି ଦିନ ଧରି ଏହି ଦୁଇଟି ନାମ ଟ୍ରେଣ୍ଡରେ ଅଛି | ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ଏହି ବିବୃତ୍ତିରେ ଜେଏସପିଏଲ କହିଛି ଯେ ବିଜେପିର ନେତା ନବୀନ କୁମାର ଜିନ୍ଦଲ ଏବଂ ଆମର ଅଧ୍ୟକ୍ଷ ନବୀନ ଜିନ୍ଦଲ ଉଭୟ ଭିନ୍ନ ବ୍ୟକ୍ତିତ୍ୱ।
ନବୀନ କୁମାର ଜିନ୍ଦଲଙ୍କ ଖବରରେ ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କ ଫଟୋ ବ୍ୟବହାର ନକରିବାକୁ କମ୍ପାନି ଗଣମାଧ୍ୟମକୁ ନିବେଦନ କରିଛି। ସମ୍ପ୍ରତି ବିବାଦ ସହିତ ଏହାର ଅଧ୍ୟକ୍ଷଙ୍କର କୌଣସି ସମ୍ପର୍କ ନାହିଁ ବୋଲି କମ୍ପାନି କହିଛି। କମ୍ପାନିର କହିବାନୁସାରେ, ଏହି ମାମଲାରେ କେତେକ ସ୍ଥାନରେ ନବୀନ କୁମାର ଜିନ୍ଦଲଙ୍କ ସ୍ଥାନରେ ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଛବି ବ୍ୟବହାର କରାଯାଇଛି। ଭବିଷ୍ୟତରେ ଯେଭଳି କମ୍ପାନି ଅଧ୍ୟକ୍ଷଙ୍କ ଫଟୋ ଯେଭଳି ବ୍ୟବହାର ନ ହୁଏ ସେଥିପ୍ରତି ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି |
/sambad/media/post_attachments/wp-content/uploads/2022/06/FU55ucFVsAAjmVI-1024x1013.jpg)
ସୂଚନାଯୋଗ୍ୟ ଯେ ଅତୀତରେ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ପାଇଁ ବିଜେପି ଏହାର ଦୁଇ ନେତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ସେମାନଙ୍କ ମଧ୍ୟରୁ ନୁପୁର ଶର୍ମା ଏବଂ ଅନ୍ୟ ଜଣେ ନବୀନ କୁମାର ଜିନ୍ଦଲ ଥିଲେ । ନବୀନ କୁମାର ଜିନ୍ଦଲ ଦିଲ୍ଲୀ ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/awwddd.jpg)