ଡେରାଡୁନ/ ଭୁବନେଶ୍ୱର: କେଦାରନାଥ ଧାମ ମନ୍ଦିରର ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ଯୋଗାଯୋଗ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ପ୍ରଥମ ଅପରେଟର ହୋଇଛି। ଜିଓ ଦ୍ୱାରା ଗୌରୀକୁଣ୍ଡ ଏବଂ କେଦାରନାଥ ଧାମ ମଧ୍ୟରେ ସମୁଦାୟ ୫ଟି ଟାୱାର ସ୍ଥାପନ କରାଯିବ। କମ୍ପାନି ଦ୍ୱାରା ଛୋଟି ଲିଂଚୋଲି, ଲିଂଚୋଲି ଏବଂ ରୁଦ୍ରପଏଂଟରେ ତିନିଟି ଟାୱାର ସ୍ଥାପନ କରାଯାଇ ସାରିଛି। ଅନ୍ୟ ଦୁଇଟି ଟାୱାର ମଧ୍ୟ ଖୁବଶ୍ରୀଘ୍ର କାର୍ଯ୍ୟକ୍ଷମ ହେବ।
ଜିଓ କେବଳ ୪ଜି ନେଟୱର୍କ ଚଳାଉଥିବାରୁ ଯାତ୍ରା ସମୟରେ ଲୋକମାନେ ସମଗ୍ର ଯାତ୍ରାମାର୍ଗରେ ୪ଜି କଭରେଜ୍ ସୁବିଧା ପାଇବେ। ଉଲ୍ଲେଖଯୋଗ୍ୟ, କେଦାରନାଥ ମନ୍ଦିର ପଥଚାରୀ ମାର୍ଗରେ କୌଣସି ଅପରେଟରଙ୍କର ମୋବାଇଲ ସେବା ନଥିବା କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ଅଜୟ ଅଜେନ୍ଦ୍ର ଏବଂ ସିଇଓ ବି ଡି ସିଂହ ଆନୁଷ୍ଠାନିକ ଭାବେ ଏହି ସେବା ଆରମ୍ଭ ଘୋଷଣା କରିଛନ୍ତି। କେଦାରନାଥ ପଥଚାରୀ ମାର୍ଗରେ ଜିଓର ମୋବାଇଲ ସଂଯୋଗ ଆରମ୍ଭକୁ ଅଧ୍ୟକ୍ଷ ଅଜୟ ଅଜେନ୍ଦ୍ର ଏକ ଆଶ୍ୱସ୍ତିଭରା ଖବର ବୋଲି କହିଛନ୍ତି।
ରିଲାଏନ୍ସ ଜିଓ ସୋନପ୍ରୟାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ରହଣି ସ୍ଥଳରେ ଏକ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ମୋବାଇଲ ଟାୱାର ସ୍ଥାପନ କରିଛି। ଟ୍ରାଫିକ ଥିିବା ସମୟରେ ଏହି ଟାୱାର ନେଟୱର୍କର ଅତିରିକ୍ତ ଭାର ବହନ କରିବା କ୍ଷମତା ରଖିଛି। ଫଳରେ ଯଦି ମୋବାଇଲ ଟ୍ରାଫିକ ବୃଦ୍ଧି ହୁଏ ତା’ହେଲେ ଏହା ସ୍ୱଭାବିକ ଭାବେ କାର୍ଯ୍ୟ କରିବ। ଚାରଧାମ ଯାତ୍ରାରେ ନେଟୱର୍କ କଭରେଜ ବୃଦ୍ଧି କରିବାକୁ ଜିଓ ଦ୍ୱାରା ୧୦ ଟି ଅତିରିକ୍ତ ସମାଧାନ ମଧ୍ୟ ସ୍ଥାପନ କରାଯାଉଛି। ଯାହାଦ୍ୱାରା ସ୍ଥାନୀୟ ଲୋକ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ଆଉ ନେଟୱର୍କ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
କୋଭିଡ କାରଣରୁ ଦୁଇବର୍ଷ ପରେ ଆରମ୍ଭ ହୋଇଥିବା ଚାରଧାମ୍ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଚଳିତ ବର୍ଷ ଦେବଭୂମି ଉତ୍ତରାଖଣ୍ଡକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଭ୍ରମଣ ମାର୍ଗରେ ବ୍ୟାପକ ୪ଜି ନେଟୱର୍କର ଉପଲବ୍ଧତା ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି। ଉତ୍ତରାଖଣ୍ଡରେ ରିଲାଏନ୍ସ ଜିଓ ଏକମାତ୍ର ନେଟୱର୍କ ଯାହା ଚାରିଟି ଧାମ ସମେତ ଶ୍ରୀ ହେମକୁଣ୍ଡ ସାହିବରେ ଉପଲବ୍ଧ ହେଉଛି। ଚାରଧାମକୁ ମୋବାଇଲ ନେଟୱର୍କ ଓ ଫାଇବର କେବୁଲ ସହିତ ସଂଯୋଗ କରିବାରେ ଜିଓ ହେଉଛି ଏକମାତ୍ର ଅପରେଟର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Jio-1.jpg)