ନୂଆଦିଲ୍ଲୀ: ଜିଓ ଇନ୍ଷ୍ଟିଚ୍ୟୁଟ୍କୁ ‘ଶ୍ରେଷ୍ଠତାର ଅନୁଷ୍ଠାନ’ ମାନ୍ୟତା ଦିଆଯାଇ ନାହିଁ। କେବଳ କେତେକ ସର୍ତ୍ତ ରଖାଯାଇ ଆଗ୍ରହ ପତ୍ର (ଏଲ୍ଓଆଇ) ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି। ରାଜ୍ୟସଭାରେ କିଛି ସାଂସଦ ଆଜି ଶୂନ୍ୟକାଳରେ ଜିଓ ଇନ୍ଷ୍ଟିଚ୍ୟୁଟ୍ ବାବଦରେ ସ୍ପଷ୍ଟୀକରଣ ମାଗିଥିଲେ। ସେମାନଙ୍କ ପ୍ରଶ୍ନର ଜବାବ ରଖି କେନ୍ଦ୍ର ମାନବ ବିକାଶ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଦେକର କହିଥିଲେ, ଜିଓ ଇନ୍ଷ୍ଟିଚ୍ୟୁଟ୍କୁ ଏଭଳି କୌଣସି ମାନ୍ୟତା ପ୍ରଦାନ କରାଯାଇ ନାହିଁ। ପୁଙ୍ଖାନୁପୁଙ୍ଖ ଯାଞ୍ଚ ପ୍ରକ୍ରିୟା ପରେ ଏକ ବିଶେଷଜ୍ଞ କମିଟି ଅନୁଷ୍ଠାନକୁ ଚୟନ କରିଥିଲା। ଏହି କମିଟିର ସୁପାରିସକ୍ରମେ ଜିଓ ଇନ୍ଷ୍ଟିଚ୍ୟୁଟ୍କୁ ଆଗ୍ରହ ପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ୫ଟି ଶିକ୍ଷାନୁଷ୍ଠାନକୁ ‘ଶ୍ରେଷ୍ଠତାର ଅନୁଷ୍ଠାନ’ ମାନ୍ୟତା ପ୍ରଦାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସେସ୍ ବାଙ୍ଗାଲୋର, ଆଇଆଇଟି ଦିଲ୍ଲୀ ଓ ମୁମ୍ବାଇ, ମଣିପାଲ୍ ଏକାଡେମି ଅଫ୍ ହାୟର ଏଜୁକେସନ୍ ଏବଂ ଜିଓ ଇନ୍ଷ୍ଟିଚ୍ୟୁଟ୍ ରହିଛି। କିନ୍ତୁ ଏହି ତାଲିକାରୁ ବିଟ୍ସ ପିଲାନିକୁ ବାଦ୍ ଦିଆଯାଇଛି। ଏହାର କେତେକ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାରୁ ତାଲିକାରୁ ଏହା ବାଦ୍ ପଡ଼ିଥିବା ଜଣାଯାଇଛି।
ଜିଓ ଇନ୍ଷ୍ଟିଚ୍ୟୁଟ୍ ‘ଶ୍ରେଷ୍ଠତାର ଅନୁଷ୍ଠାନ’ ଘୋଷିତ ହୋଇନି
୫ ଅନୁଷ୍ଠାନକୁ ମାନ୍ୟତା ପାଇଁ ପ୍ରକ୍ରିୟା, ତାଲିକାରୁ ବିଟ୍ସ ପିଲାନି ବାଦ୍
/sambad/media/post_attachments/wp-content/uploads/2018/07/thequint2F2018-072F37f3dc2a-d46c-4c4f-b6a9-7b867903f6d12F2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)